ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଭାରତକୁ ଅସୁବିଧାରେ ପକାଇବା ପାଇଁ ପାକିସ୍ତାନ ରିତିମନ୍ତ ଷଡଯନ୍ତ୍ର କରୁଛି । କିଭଳି ଭାରତ ବିଶ୍ୱ ସବୁଦାୟ ଆଗରେ ବଦନାମ ହେବ ସେନେଇ ପାକିସ୍ତାନ ଗାତ ଖୋଳୁଛି । ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଏବେ ପିଓକେରେ ଲୋକଙ୍କୁ ଏକାଠି କରୁଛି ପାକିସ୍ତାନ । ସେଠାରେ ସାଧାରଣ ଲୋକଙ୍କୁ ଉସକାଉଛି ବିଶୃଙ୍ଖଳା ସୃଷ୍ଟି କରିବାକୁ । ଯାହା ଫଳରେ ଭାରତ ବିଶ୍ୱ ସମୁଦାୟ ଆଗରେ ଉତ୍ତର ଦାୟୀ ହେବ ।
ତେବେ ପାକିସ୍ତାନର ଏହି ଯୋଜନାକୁ ପଣ୍ଡ କରିବା ପାଇଁ ସୀମାରେ ଭାରତୀୟ ସେନା ସଜାଗ ହୋଇଛନ୍ତି । ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୂଚନା ଅନୁସାରେ ଏହି ବିକ୍ଷୋଭ ଆତଙ୍କବାଦୀ ସଂଗଠନ ଜେକେଏଲ ଏଫ ଆୟୋଜନ କରୁଛି । ଲୋକ ମାନଙ୍କୁ ମୁଜାଫର ବାଦରେ ଏକାଠି କରାଯାଉଛି ।
ସୀମାରେ କିଭଳି ରକ୍ତପାତ ହେବ ସେନେଇ ଏହି ଲୋକ ମାନଙ୍କୁ ଉସକା ଯାଉଛି । ଏହି ଲୋକ ମାନେ କିଭଳି ସୀମା ପାର ହୋଇ କାଶ୍ମୀର ପ୍ରବେଶ କରିବେ ସେ ନେଇ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ତେବେ ଏହାକୁ ବିଶ୍ୱ ସମୁଦାୟ ଆଗରେ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ବୋଲି ପାକିସ୍ତାନ ଦର୍ଶାଉଛି । ମାତ୍ର ସୀମାରେ ରକ୍ତପାତ କରିବା ପାଇଁ ଏମାନଙ୍କୁ ଏକାଠି କରାଯାଉଥିବା ଜଣାପଡିଛି ।