ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜିକାଲି ପ୍ରିୱେିଡିଙ୍ଗ ଫଟୋସୁଟ୍ ଏକ ପ୍ରକାରର ଫ୍ୟାଶନ ପାଲଟି ଯାଇଛି । ବାହାଘର ପୂର୍ବରୁ ଦମ୍ପତ୍ତି ସେମାନଙ୍କ ଫଟୋସୁଟ୍ କରାଉଛନ୍ତି । ଇତିମଧ୍ୟରେ ଏକ ଦମ୍ପତ୍ତି ପ୍ରିୱେଡିଙ୍ଗ ଫଟୋସୁଟ୍ ମାଧ୍ୟମରେ ସିଏଏ ଏବଂ ଏନଆରସି କୁ ବିରୋଧ କରିଥିବାର ନଜର ଆସିଛନ୍ତି । ଆଜ୍ଞା ହଁ କେରଳର ଥିରୁବନ୍ତପୁରମରେ ରହୁଥିବା ଦମ୍ପତ୍ତି ଜିଏଲ ଅରୁଣ ଗୋପୀ ଏବଂ ଆଶା ଶେଖର ନିକଟରେ ତାଙ୍କ ପ୍ରିୱେଡିଙ୍ଗ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
୩୧ ଜାନୁଆରୀ ୨୦୨୦ ରେ ଆଶା ଏବଂ ଅରୁଣଙ୍କର ବାହାଘର ଫିକ୍ସ କରାଯାଇଛି । ଏହାପୂର୍ବରେ ସେ ତାଙ୍କ ଫଟୋସୁଟ୍ ରେ ସିଏଏ ଏବଂ ଏନଆରସିକୁ ବିରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ସିଏଏ ଏବଂ ଏନଆରସିକୁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ଇତି ମଧ୍ୟରେ ଏକ ଥିରୁବନ୍ତପୁରମର ଏକ ଯୋଡି ସେମାନଙ୍କ ପ୍ରିୱେଡିଙ୍ଗ ଫଟୋସୁଟ୍ ରେ ହାତରେ ଦୁଇଟି ପ୍ଲେକାର୍ଡ ଧରିଛନ୍ତି । ଯେଉଁଥିରେ ଲେଖାହୋଇଛି ନୋ ସିଏଏ ଏବଂ ନୋ ଏନଆରସି ।