ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; କେରଳର ପ୍ରଳୟଙ୍କାରୀ ବନ୍ୟା ଏବେ ଗମ୍ଭିର ରୂପ ଧାରଣ କରିଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୨୪ ରେ ପହଞ୍ଚିଲାଣି । ଏବେ ବି ହଜାର ହଜାର ଲୋକେ ଜଳବନ୍ଦି ଅବସ୍ଥା ରେ ଅଛନ୍ତି । ରାଜ୍ୟର ମୋଟ ୧୪ ଟି ଜିଲ୍ଲା ମଧ୍ୟରୁ ୧୩ ଜିଲ୍ଲା କୁ ରେଡ ଆଲର୍ଟ ଘୋଷଣା କରାଯାଇଛି । ସେପଟେ କେରଳ ମୁଖ୍ୟମନ୍ତ୍ରୀ ଏହି ବନ୍ୟାକୁ ବିଗତ ୧୦୦ ବର୍ଷର ସବୁଥାରୁ ବଡ ବନ୍ୟା ବୋଲି ଟ୍ୱିଟ ଜରିଆରେ ଜଣାଇଛନ୍ତି । ବନ୍ୟା ଯୋଗୁ ରାଜ୍ୟର ୩୩୯୩ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ସେହିପରି ବନ୍ୟାରେ ୨୮୫୭ ଟି ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଅନ୍ୟପଟେ କେରଳରେ ପିଇବା ପାଣିର ମଧ୍ୟ ଘୋର ଅଭାବ ଦେଖାଦେଇଛି ।
ତେବେ କେରଳର ଏହିୁ ପ୍ରଳୟକାରି ବନ୍ୟାରେ ଏବେଯାଏ ରାଜ୍ୟର ପ୍ରାୟ ୮ ହଜାର ୩୧୬ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି । ଲଗାଣ ବର୍ଷାରେ ରାସ୍ଥା ଧୋଇଯାଇ ନଷ୍ଟ ହୋଇଯାଇଛି । ରାଜ୍ୟରେ ଗମନା ଗମନ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଛି ।
କେରଳ ବନ୍ୟା ପିଡିତଙ୍କ ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା କେରଳକୁ ପ୍ରଦାନ କରିଛନ୍ତି । ସେହିପରି କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ କେରଳକୁ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ମଧ୍ୟ ୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।
JUST IN
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024
-
ଆଜିଠୁ ୩ଦିନ ସକାଳୁଆ ସ୍କୁଲ | 22 Apr 2024
-
ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି ଘୋଷଣା, ୨୨ ରୁ ୨୪ ସକାଳୁଆ ସ୍କୁଲ | 21 Apr 2024
-
ବଢି ଚାଲିଛି ଦର,ନଜର ପକାନ୍ତୁ ଆଜିର ସୁନା ଦର ଉପରେ | 21 Apr 2024
-
ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 21 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 21 Apr 2024