ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କୃଷି କ୍ଷେତ୍ରରେ ସଫଳତା ପାଇଁ ଓଡିଶାକୁ ମିଳିଛି କୃଷି କର୍ମଣ ପୁରସ୍କାର । ଆଜି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବେଙ୍ଗାଲୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅରୁଣ ସାହୁଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ।
କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ଦ୍ୱିତୀୟ ଶ୍ରେଣୀ ରାଜ୍ୟଭାବେ ଚୟନ କରାଯାଇଛି । ପୁରସ୍କାର ସମେତ ୧ କୋଟି ଟଙ୍କା ଅର୍ଥରାଶି ଓଡିଶାକୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଆଜିଠାରୁ ପ୍ରଧାନମନ୍ତ୍ରୀ ୨ ଦିନିଆ କର୍ଣ୍ଣାଟକ ଗସ୍ତରେ ରହିଛନ୍ତି । ମୋଦି ଏଠାରେ ପାଖାପାଖି ୬ କୋଟି କୃଷକଙ୍କୁ ୧୨୦୦୦ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଟଙ୍କା ଆଜି ଟ୍ରାନସଫର କରାଯାଇଛି ।