ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାର ଏଟିଏମ୍ ରୁ ଟଙ୍କା ଉଠାଇବାର ନିୟମରେ ପରିବର୍ତ୍ତନ କରିଛି । ଯଦି ଗ୍ରାହକ ଏହି ନିୟମ ନପାଳନ କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିପାରେ । କରୋନା ମହାମାରୀ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କର ଡେବିଟ ବା ଏଟିଏମ କାର୍ଡରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କାର ଉଠାଇବା ଦ୍ୱାରା କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ଏହି ନିୟମର ଅବଧିକୁ ଆଉ ବୃଦ୍ଧି କରାଯାଇ ନାହିଁ ।
ତେବେ ଆସନ୍ତୁ ଜାଣିବା ଏଟିଏମରୁ ଟଙ୍କା ଉଠାଇବାର ନୂତନ ନିୟମ ବିଷୟରେ..
– ଯେଉଁ ସେଭିଙ୍ଗସ ଆକାଉଣ୍ଟସରେ ମାସିକ ୨୫ ହଜାର ଟଙ୍କା ବାଲାନ୍ସ ରହୁଛି, ସେମାନଙ୍କ ପାଇଁ ଏଟିଏମରେ ଆଠଟି ଟ୍ରାଞ୍ଜାକ୍ସନ ମାଗଣା ରହିବ । ସେଥିରୁ ଏସବିଆଇ ଏଟିଏମରୁ ୫ ଲେଣଦେଣ ଏବଂ ଛଅ ମେଟ୍ରୋ କେନ୍ଦ୍ର ତଥା (ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ବେଙ୍ଗାଲୁରୁ) ରେ ଅନ୍ୟ ବ୍ୟାଙ୍କ ଏଟିଏମରେ ୩ ଲେଣଦେଣ ସାମିଲ ଅଛି ।
– ଯେଉଁ ଆକାଉଣ୍ଟରେ ୨୫ ହଜାର ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହାରାହାରି ବାଲାନ୍ସ ଥିବ, ସେମାନଙ୍କ ପାଇଁ ବ୍ୟାଙ୍କ ଏଟିଏମରେ ୮ ଟି ଟ୍ରାଞ୍ଜାକ୍ସନ ମାଗଣା ରହିଛି ।
– ଯେଉଁ ସେଭିଙ୍ଗ ଆକାଉଣ୍ଟସରେ ୨୫ ହଜାରରୁ ଅଧିକ ମାସକ ବାଲାନ୍ସ ରହିଥିବ, ସେମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଗ୍ରୁପର ଏଟିଏମରେ ଅସୀମିତ ଲେଣଦେଣର ସୁବିଧର ମିଳିବ ।
– ଯେଉଁ ଖାତାରେ ୫୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାସିକ ହାରାହାରି ବାଲାନ୍ସ ଥିବ, ସେମାନଙ୍କ ପାଇଁ ଅନ୍ୟ ବ୍ୟାଙ୍କର ଏଟିଏମରେ ୮ ଟି ଟ୍ରାଞ୍ଜାକ୍ସନ ମାଗଣା ମିଳିବ । ସେଥିରୁ ତିନୋଟି ମେଟ୍ରୋ ଏବଂ ୫ ଟି ନନ୍-ମେଟ୍ରୋ ରେ ରହିବ ।
– ସେହିପରି ଯେଉଁ ଖାତାରେ ଏକ ଲକ୍ଷରର ଅଧିକ ମାସିକ ହାରାହାରି ବାଲାନ୍ସ ଥିବ, ସେମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଗ୍ରୁପ୍ ଏବଂ ଅନ୍ୟ ବ୍ୟାଙ୍କର ଏଟିଏମରେ ଅସିମୀତ ଲେଣଦେଣର ସୁବିଧା ମିଳିବ ।
– ଯଦି ଖାତାଧାରକ ନିର୍ଦ୍ଧାରିତ ସମୟରେ ଅଧିକ ଲେଣଦେଣ କରୁଛନ୍ତି, ତେବେ ସେମାନଙ୍କ ଠାରୁ ଜିଏସଟିର ଅତିରିକ୍ତ ୧୦ ଟଙ୍କାରୁ ୨୦ ଟଙ୍କା ଯାଏଁ ଶୁଳ୍କ ଆଦାୟ କରାଯିବ ।
– ସେହିପରି ଏସବିଆଇ ଦ୍ୱାରା ନିର୍ଦ୍ଧାରିତ ସୀମାରୁ ଅତିରିକ୍ତ ଅଣ-ଆର୍ଥିକ ଲେଣଦେଣ ଉପରେ ୫ ଟଙ୍କାଠାରୁ ନେଇ ୮ ଟଙ୍କା ଯାଏଁ ଶୁଳ୍କ ଲାଗିବ । ଏହାସହିତ ଏଥିରେ ଜିଏସଟି ବି ସାମିଲ ହେବ ।
– ଖାତାରେ ଅଧିକ ବାଲାନ୍ସ ନରହିବା ସ୍ଥିତିରେ ଯଦି ଟ୍ରାଞ୍ଜାକ୍ସନ ଫେଲ ହେଉଛି ତେବେ ଖାତାଧାରକକୁ ୨୦ ଟଙ୍କା ଶୁଳ୍କ ସହିତ ଜିଏସଟି ଦେବାକୁ ପଡିବ ।
– ଯଦି କୌଣସି ଅନ୍ୟ ବ୍ୟାଙ୍କର ଏଟିଏମ ବା ବ୍ୟାଙ୍କ ବ୍ରାଞ୍ଚରୁ କୌଣସି ଲେଣଦେଣ ହୋଇନାହିଁ, ତେବେ ଗ୍ରାହକଙ୍କୁ ମେଟ୍ରୋ କେନ୍ଦ୍ରରେ ୧୦ ଟି ମାଗଣା ଡେବିଟ ଲେଣଦେଣ ଏବଂ ଅନ୍ୟ କେନ୍ଦ୍ର ଏଟିଏମରେ ଅଧିକତମ ୧୨ ଟି ମାଗଣା ଲେଣଦେଣର ଅନୁମତି ଦିଆଯିବ ।
– ସମସ୍ତ ସ୍ଥାନରେ ସାଲେରୀ ଖାତା ପାଇଁ ଏସବିଆଇ ଏସବିଜି ଏଟିଏମ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମରେ ମାଗଣା ଅସୀମିତ ଲେଣଦେଣର ଅନୁମତି ମିଳିବ ।
–