ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜିଓ ଆପଣଙ୍କ ପାଇଁ ଆଣିଛି ନୂଆ ଉପହାର । ଏବେ ଫ୍ରିରେ ରିଲାଏନ୍ସ ଜିଓ ନିଜର ଜିଓ ଫାଇବର ପ୍ଲାନକୁ ନୂଆ ରୂପରେ ଆଣିଛି । ବର୍ତ୍ତମାନ ବ୍ୟବହାରକାରୀମାନେ ଅଧିକ ମୋବାଇଲ ଡାଟା ବ୍ୟବହାର କରୁଥିବାରୁ ଜିଓ ଏହି ବଳି ପ୍ଲାନ ଆଣି ଦେଇଛି । ଜିଓ ଗ୍ରାହକଙ୍କ ପାଇଁ ଖୁସିଖବର ଆଣିଛି । ବର୍ତ୍ତମାନ ଜିଓ ଫାଇବର ପ୍ଲାନରେ ୩୯୯ ଟଙ୍କାରେ ଆରମ୍ଭ ହେବ । ଏହାସହ ବର୍ତ୍ତମାନ ଜିଓରେ ଫାଇବର ପାଇଁ ୩୦ ଦିନର ଫ୍ରି ଟ୍ରାଏଲ ମଧ୍ୟ ଦିଆଯିବ । କମ୍ପାନୀ ଏହାକୁ ନୟା ଇଣ୍ଡିଆର ନୟା ଜୋସ ବୋଲି କହିଛି । ଜିଓ ଫାଇବର ପ୍ଲାନରେ ଅନେକ ଫାଇଦା ରହିଛି । ଏଥିରେ ଅନଲିମିଟେଡ଼ ଇଣ୍ଟରନେଟ ଡାଟାର ସୁବିଧା ମଧ୍ୟ ରହିଛି । ଏହି ପ୍ଲାନର ଆରମ୍ଭ ମୂଲ୍ୟ ମାସକୁ ୩୯୯ ଟଙ୍କା ,୧୨ ପେଡ ଓଟିଟି ଆପ୍ର ସବସ୍କ୍ରିପସନ ସେ ବି ବିନା ଶୁକ୍ଳରେ ଉପଲବ୍ଧ ।
ଜିଓ ଫାଇବର ପାଇଁ ୩୦ ଦିନର ଫ୍ରି ଟ୍ରାଏଲ ଦେବାକୁ କମ୍ପାନୀ ଘୋଷଣା କରିଛି । ଏହାସହ ଏହାର 4K ସେଟ ଅପ ବକ୍ସରେ ଟପ ୧୦ ପେଡ ଓଟିଟି ଆପରସୁବିଧା ଦିଆହୋଇଛି । ଯେଉଁଥିପାଇଁ ବ୍ୟବହାରକାରୀ ଠାରୁ କୌଣସି ଅଧିକ ଚାର୍ଜ ନିଆଯିବ ନାହିଁ । ଏହାସହ ପୁରୁଣା ଗ୍ରାହକ ଜିଓ ଫାଇବର ନୂଆ ତାରିଫ ପ୍ଲାନରେ ନିଜ ପ୍ଲାନ ଅପଗ୍ରେଡ଼ କରିପାରିବେ ।
ଜିଓ ଫାଇବର ପ୍ଲାନ ମାସକୁ ୩୯୯ ଟଙ୍କାରୁ ଆରମ୍ଭ ହୋଇ ୧୪୯୯ ଟଙ୍କା ଯାଏଁ ଅଛି । ୩୯୯ ପ୍ଲାନରେ ୩୦ ଏମବିପିଏସ ଡାଟା ମିଳିଥାଏ । ୬୦୦ ପ୍ଲାନରେ ୧୦୦ ଏମବିପିଏସ ଡାଟା, ୯୯୯ ପ୍ଲାନରେ ୧୫୦ ଏମବିପିଏସ ଓ ୧୪୯୯ ପ୍ଲାନରେ ୩୦୦ ଏମବିପିଏସ ଡାଟା ସ୍ପିଡ଼ ଦିଆଯାଉଛି । ଜିଓର ଏହା ଏକ ଭଲ ଟ୍ରାଏଲ ବୋଲି କମ୍ପାନୀ କହିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024