ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ରେନ୍ରେ ଯାତ୍ରା କରିବାର ଅନୁଭବ କିଛି ଅଲଗା ଥାଏ । ରେଳ ଯାତ୍ରାକୁ ଅନେକ ଭାରତୀୟ ସୁରକ୍ଷିତ ଏବଂ ସୁବିଧାଜନକ ମନେକରନ୍ତି । ଚାରି ମାସ ପୂର୍ବରୁ ରେଲୱେ ପକ୍ଷରୁ ଟିକେଟ୍ ରିଜର୍ଭେସନର ସୁବିଧା ରହିଛି । ଏହାର ଅର୍ଥ ଆପଣ କୁଆଡେ ବୁଲିବାକୁ ଯିବା ପାଇଁ ଚାରି ମାସ ପୂର୍ବରୁ ଯୋଜନା କରି ପାରିବେ । ବେଳେ ବେଳେ ଏଭଳି ହୋଇଥାଏ କି ଅଚାନକ୍ ଆପଣଙ୍କ ଯାତ୍ରାକୁ ରଦ୍ଦ କରିବାକୁ ପଡିଥାଏ । ମାତ୍ର ଟିକେଟ କ୍ୟାଂସଲ କରିବା ଦ୍ୱାରା ଆପଣଙ୍କୁ କେଉଁଥି ପାଇଁ କେତେ ଟଙ୍କା ମିଳେ ଆଜି ଆମେ ସେ ବିଷୟରେ କହିବାକୁ ଯାଉଛୁ ।
ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଆଇଆରସିଟିସି ୱେବସାଇଟରେ ଇ-ଟିକେଟ୍ ବୁକ୍ କରୁଛନ୍ତି । ଇ-ଟିକେଟକୁ ରେଲୱେର ରିଜର୍ଭେସନ୍ କାଉଣ୍ଟର ରେ କ୍ୟାନସଲ କରାଯାଇ ପାରିବ ନାହିଁ । ଏହି ଟିକେଟକୁ କେବଳ ଅନଲାଇନ୍ ଯୋଗେ ଆଇଆରସିଟିସି ର ୱେବସାଇଟ୍ irctc.co.in ବା ମୋବାଇଲ ଆପ୍ ରେ କ୍ୟାନସଲ୍ କରିପାରିବେ । ଟିକେଟ କ୍ୟାନସଲ କରିବା ଦ୍ୱାରା ଆଇଆରସିଟିସି ର ରେଲୱେ ରିଫଣ୍ଡ ନିୟମ ଅନୁସାରେ ପିଆରଏସଏ ସିଷ୍ଟମ ଦ୍ୱାରା ଟଙ୍କା ରିଫଣ୍ଡ କରାଯିବ । ତେବେ ଆସନ୍ତୁ ଜାଣିବା ରେଲୱେର ରିଫଣ୍ଡ ପଲିସ୍..
ନିୟମ ଅନୁଯାୟୀ ନିର୍ଦ୍ଧାରିତ ସମୟ ଭିତରେ ଅନଲାଇନ୍ ଟିକେଟ୍ କ୍ୟାନ୍ସଲ୍ କରାଯିବା ଉଚିତ୍ । ରିଫଣ୍ଡ ପଲିସ୍ ଇ-ଟିକେଟ୍ ର ରିଟର୍ଣ୍ଣସ ଉପରେ ନିର୍ଭର କରେ । ଆପଣଙ୍କ ଟିକେଟ୍ ୱେଟିଙ୍ଗରେ ଅଛି ବା ଆରଏସି ଅଛି ତେବେ ଏହି ସ୍ଥିତିରେ ଆପଣ ଆପଣଙ୍କ ଟିକେଟ୍ କ୍ୟାନସଲ କରାଇବା ଦ୍ୱାରା ଲାଭ ହୋଇପାରେ ।
ଯଦି ଆପଣଙ୍କ ପାଖରେ କନଫର୍ମ ଟିକେଟ ଅଛି ତେବେ ଅତିକମ୍ ରେ ଆପଣ ୪୮ ଘଂଟା ପୂର୍ବରୁ ଟିକେଟ୍ କ୍ୟାନସଲ କରାଇ ପାରିବେ । ଅନ୍ୟ ସ୍ଥିତିରେ ଟ୍ରେନ୍ ଛାଡିବାର ୧୨ ଘଂଟା ପୂର୍ବରୁ ୨୫ ପ୍ରତିଶତ ଭଡା କିମ୍ବା କ୍ଲରିକାଲ ଚାର୍ଜରେ ଯାହା ଅଧିକ ଥିବ ସେତିକି ଟଙ୍କା କଟା ଯିବ । ସେହିପରି ଟ୍ରେନ୍ ଛାଡିବା ପାଇଁ ୪ ଘଂଟା ପୂର୍ବରୁ ଟିକେଟ୍ କ୍ୟାସନଲ କଲେ ୫୦ ପ୍ରତିଶତ ଭଡା କଟାଯାଏ । ମାତ୍ର ଟେନ୍ ର ଚାର୍ଟ ପ୍ରସ୍ତୁତ ହେବା ପରେ ଟିକେଟ୍ କ୍ୟାନସଲ କଲେ ସମ୍ପୂର୍ଣ୍ଣ ଭଡା କଟାଯାଇଥାଏ । ଯାହାଦ୍ୱାରା ଯାତ୍ରୀଙ୍କୁ କୌଣସି ଲାଭ ହୁଏ ନାହିଁ ।
ସେଥିପାଇଁ ଟ୍ରେନ୍ ଛାଡିବାର ୪୮ ଘଂଟା ପୂର୍ବରୁ କନଫର୍ମ ଟିକେଟ୍ କ୍ୟାନସଲ କଲେ ଫାଇଦା ହୋଇଥାଏ । ଏହି ସ୍ଥିତିରେ କେବଳ କ୍ଲରିକାଲ ଚାର୍ଜ କଟାଯାଇ ପୂରା ଟଙ୍କା ରିଫଣ୍ଡ କରାଯାଇଥାଏ ।
ଟ୍ରେନ୍ ଛାଡିବାର ୪୮ ଘଂଟା ପୂର୍ବରୁ ଟିକେଟ୍ କ୍ୟାନସଲ କରିବା ଦ୍ୱାରା ଏତିକି ଲେଖାଏଁ ଟଙ୍କା କଟାଯିବ ।
– ଫାଷ୍ଟ କ୍ଲାସ୍ ଏସି ପାଇଁ: ୨୪୦ ଟଙ୍କା
– ଏସି ୨ ଟାୟର ପାଇଁ: ୨୦୦ ଟଙ୍କା
– ଏସି ୩ ଟାୟର ପାଇଁ: ୧୮୦ ଟଙ୍କା
– ସ୍ଲିପର କ୍ଲାସ ପାଇଁ: ୧୨୦ ଟଙ୍କା
– ସେକେଣ୍ଡ କ୍ଲାସ ପାଇଁ: ୬୦ ଟଙ୍କା ।