ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାନ୍ କାର୍ଡ କୌଣସି ବ୍ୟକ୍ତିଙ୍କ ନାଗରିକତା ପ୍ରମାଣିତ କରିବାର ଦସ୍ତାବିଜ୍ ନୁହେଁ ବୋଲି ଗୌହାଟି ହାଇାକୋର୍ଟ ତାଙ୍କ ନିଷ୍ପତିରେ ଶୁଣାଇଛନ୍ତି । ଜଣେ ମହିଳାଙ୍କ ପିଟିସନକୁ ଖରାଜ କରି କୋର୍ଟ ଏହି ନିଷ୍ପତି ନେଇଛନ୍ତି । ଦେଶର ସମସ୍ତ କରଦତ୍ତାଙ୍କ ପାଖରେ ପାନ୍ କାର୍ଡ ରହିଥାଏ । ପ୍ରକୃତରେ ପାନ୍ କାର୍ଡ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର ହୁଏ, ସେ ବିଷୟରେ ହୁଏତ ଖୁବ୍ କମ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ପାନ୍ କାର୍ଡ କେଉଁ କାମରେ ବ୍ୟବହାର ହୋଇଥାଏ ।
ଆୟକର ଧାରା ୧୯୬୧ ଅନୁଯାୟୀ ଆୟକର ବିଭାଗ ଦ୍ୱାରା ପାନ୍ କାର୍ଡ ଜାରି କରାଯାଇଥାଏ । ଏହା ୧୦ ଡିଜିଟ୍ ବିଶିଷ୍ଟ ଆଲ୍ଫାନ୍ୟୁମେରିକ କୋର୍ଡ ଅଟେ । ଏହା କୌଣସି ଫର୍ମ, କମ୍ପାନୀ, ବ୍ୟକ୍ତିଙ୍କ ସଂଗଠନ, ଅବିଭାଜିତ ପରିବାର, ସହକାରୀ ସମିତି, ସରକାରୀ ଏଜେନ୍ସି, ସ୍ଥାନୀୟ ପ୍ରାଧିକରଣ, ଟ୍ରଷ୍ଟ ଏବଂ କରଦାତ୍ତାଙ୍କ ପାଇଁ ଆବଶ୍ୟକ ।ଏହି କାମ ପାଇଁ ପାନ୍ କାର୍ଡ ଜରୁରୀ:
ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ କରିବାରେ:- ଆଇଟିଆର ଫାଇଲ କରିବା ସମୟରେ ପାନ୍ କାର୍ଡ ଆବଶ୍ୟକ ।
ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାରେ:- ଯଦି ଆପଣ କୌଣସି ବ୍ୟାଙ୍କରେ ଆକଉଣ୍ଟ ଖୋଲୁଛନ୍ତି ତେବେ ସେଥିପାଇଁ ପାନ୍ କାର୍ଡର ଆବଶ୍ୟକତା ରହିଛି । ସେହିପରି ବ୍ୟାଙ୍କରେ ଡେବିଟ୍ ବା କେଡିଟ୍ କାର୍ଡ ପାଇଁ ମଧ୍ୟ ପାନ୍ କାର୍ଡ ଜରୁରୀ ।
ଗାଡି କିଣା ଓ ବିକା:- ଯଦି ଆପଣ ୫ ଲକ୍ଷରୁ ଅଧିକ ଟଙ୍କାର ଗାଡି କିଣୁଛନ୍ତି କିମ୍ବା ପୁରୁଣା ଗାଡି ବିକ୍ରି କରୁଛନ୍ତି ତେବେ ସେଥିପାଇଁ ପାନ୍ କାର୍ଡ ର ଆବଶ୍ୟକ ରହିଛି ।
ନିବେଶ କରିବାରେ:- ବ୍ୟାଙ୍କିଂ କମ୍ପାନୀ ସହିତ କୌଣସି ବି ଆକାଉଣ୍ଟ ଖୋଲିବା ପାଇଁ ଯେଉଁଥିରେ ୫୦ ହଜାରରୁ ଅଧିକ ଟଙ୍କା ଜମା କରାଯାଏ, ସେଥିରେ ପାନ୍ କାର୍ଡ ନିହାତି ଆବଶ୍ୟକ ।
ବୀମା ପ୍ରିମିୟମ ଜମା କରିବାରେ: ବିମାଧାରକଙ୍କୁ କୌଣସି ଆର୍ଥିକ ବର୍ଷରେ ୫୦ ହଜାରରୁ ଅଧିକ ଟଙ୍କା ପ୍ରମିୟମ ରୁପେ ଭରିବା ପାଇଁ ପାନ୍ କାର୍ଡ ଆବଶ୍ୟକ ।
ଜମି କିଣା ଏବଂ ବିକା:- ୫ ଲକ୍ଷ ଟଙ୍କା ବା ତାଠାରୁ ଅଧିକ ଟଙ୍କାରେ ଜମି କିଣା ବିକାରେ ପାନ୍ କାର୍ଡ ନିହାତି ଆବଶ୍ୟକ ।