ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ମହତ୍ୱକାଂକ୍ଷୀ ମୁନ୍ ମିଶନ ଚନ୍ଦ୍ରଯାନ ୨ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରପୃଷ୍ଠର ପ୍ରାୟତଃ ଦୁଇ କି.ମି ପୂର୍ବରୁ ଛିନ୍ନ ହୋଇଯାଇଛି । ଚନ୍ଦ୍ରପୃଷ୍ଠର ଅବତରଣ କରିବାର ୨.୧ କି.ମି ଦୂରତା ପୂର୍ବରୁ ଇସ୍ରୋ ସହ ବିକ୍ରମ ଲାଣ୍ଡରର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାତ୍ର ଏବେ ବି ହାର୍ ମାନି ନାହାନ୍ତି ବୈଜ୍ଞାନିକ, ପୁର୍ନବାର ଯୋଗାଯୋଗ କରିବାରେ ଲାଗିପଡିଛନ୍ତି । ଏବେ ସମ୍ପୂର୍ଣ୍ଣ ଦାୟିତ୍ୱ ଅର୍ବିଟର ଉପରେ ରହିଛି ।
ସୂଚନାଯୋଗ୍ୟ, ଚନ୍ଦ୍ରଯାନ ୨ ର ତିାନୋଟି ଅଂଶ ଥିଲା । ପ୍ରଥମରେ ଅର୍ବିଟର, ଦ୍ୱିତୀୟ ରେ ବିକ୍ରମ ଲାଣ୍ଡର, ତୃତୀୟରେ ପ୍ରଜ୍ଞାନ ରୋଭର । ବର୍ତ୍ତମାନ ବିକ୍ରମ ଲାଣ୍ଡର ସହ ସମ୍ପର୍କ ହୁଏତ ଛିନ୍ନ ହୋଇଯାଇଛି, କିନ୍ତୁ ଏବେ ଅର୍ବିଟର ଉପରେ ଭରଷା ରହିଛି । ଏବେ ବି ୧୦୦ କିି.ମି ଉଚ୍ଚରେ ପରିକ୍ରମା କରୁଛି ଅର୍ବିଟର । ସେପ୍ଟମ୍ବର ଦୁଇରେ ଅର୍ବିଟରରୁ ଲାଣ୍ଡର ରୋଭରକୁ ସଫଳତା ପୂର୍ବକ ଅଲଗା କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ମିଶନ ଘଟଣାକ୍ରମ ବିଷୟରେ..
ଜୁନ୍ ୧୨- ଇସ୍ରୋର ଅଧ୍ୟକ୍ଷ ସିବନ ଘୋଷଣା କରିଥିଲେ କି ଚନ୍ଦ୍ରମାକୁ ଯାତ୍ରା କରିବା ପାଇଁ ଭାରତର ଦ୍ୱିତୀୟ ମିଶନ ଚନ୍ଦ୍ରଯାନ ୨ କୁ ଜୁଲାଇ ୧୫ ରେ ଉତକ୍ଷେପଣ କରାଯିବ ।
ଜୁନ୍ ୨୯- ସମସ୍ତ ପରୀକ୍ଷଣ ପରେ ରୋଭରକୁ ବିକ୍ରମ ଲାଣ୍ଡର ସହ ଯୋଡା ଗଲା ।
ଜୁନ୍ ୨୯- ବିକ୍ରମ ଲାଣ୍ଡରକୁ ଅର୍ବିଟର ସହ ଯୋଡା ଗଲା ।
ଜୁଲାଇ ୪- ଚନ୍ଦ୍ରଯାନ୨ କୁ ପ୍ରକ୍ଷେପଣ ଯାନ ସହ ଯୋଡିବାର କାମ ପୁରା ହେଲା ।
ଜୁଲାଇ ୧୪- ଚନ୍ଦ୍ରଯାନ ୨ ର ପ୍ରକ୍ଷେପଣ ପାଇଁ ଓଲଟା ଗଣତି ଆରମ୍ଭ ହୋଇଥିଲା ।
ଜୁଲାଇ ୧୫- ଯାନ୍ତ୍ରିକ ତୃଟି ଯୋଗୁଁ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ୨ ର ପ୍ରେକ୍ଷେପଣକୁ ଟାଳି ଦିଆଯାଇଥିଲା ।
ଜୁଲାଇ ୧୮-ଚନ୍ଦ୍ରଯାନ ପ୍ରକ୍ଷେପଣ ପାଇଁ ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଜୁଲାଇ ୨୨ ଅପରାହ୍ନ ୨.୪୩ ମିନିଟ୍ ଯାଏଁ ପ୍ରସ୍ତୁତି କରାଗଲା ।
ଜୁଲାଇ ୨୧- ଜିଏସଏଲବି ଏମକେ ତୃତୀୟ ଏମ୧/ଚନ୍ଦ୍ରଯାନ ୨ ର ପ୍ରକ୍ଷେପଣ ପାଇଁ ଓଲଟା ଗଣତି ଆରମ୍ଭ ହେଲା ।
ଜୁଲାଇ ୨୨- ଚନ୍ଦ୍ରଯାନ୨କୁ ଜିଏସଏଲବି ଏମକେ ତୃତୀୟ ଏମ୧ ସଫଳତା ପୂର୍ବକ ପ୍ରକ୍ଷେପିତ କରିଥିଲା ।
ଜୁଲାଇ ୨୪- ଚନ୍ଦ୍ରଯାନ ୨ ପାଇଁ ପୃଥ୍ୱୀର କକ୍ଷ ସଫଳତା ପୂର୍ବକ ବଢାଯାଇଥିଲା ।
ଜୁଲାଇ ୨୬- ଦ୍ୱିତୀୟ ଥର ପୃଥ୍ୱୀ କକ୍ଷ ବଢାଗଲା ।
ଜୁଲାଇ ୨୯- ତୃତୀୟ ଥର ପୃଥ୍ୱୀ କକ୍ଷ ବଢାଗଲା ।
ଅଗଷ୍ଟ ୨- ଚତୁର୍ଥ ଥର ପୃଥ୍ୱୀ କକ୍ଷ ବଢାଗଲା ।
ଅଗଷ୍ଟ ୪- ଚନ୍ଦ୍ରଯାନ ୨ ଉପଗ୍ରହରୁ ନିଆଯାଇଥିବା ପୃଥ୍ୱୀର ଫଟୋକୁ ଇସ୍ରୋ ଜାରି କରିଥିଲା ।
ଅଗଷ୍ଟ ୬-୫ମ ଥର ପୃଥ୍ୱୀ କକ୍ଷ ବଢାଗଲା ।
ଅଗଷ୍ଟ ୧୪- ଲୁନାର ଟ୍ରାନ୍ସଫର ଟ୍ରେଜେକ୍ଟରୀ ରେ ସଫଳତା ପୂର୍ବକ ଚନ୍ଦ୍ରଯାନ ୨ ପ୍ରବେଶ କରିଥିଲା ।
ଅଗଷ୍ଟ ୨୦- ଚନ୍ଦ୍ରଯାନ ୨ ସଫଳତା ପୂର୍ବକ ଚନ୍ଦ କକ୍ଷରେ ପହଁଚିଥିଲା ।
ଅଗଷ୍ଟ ୨୧ – ଚନ୍ଦ୍ରମା କକ୍ଷକୁ ଦ୍ୱିତୀୟ ଥର ବଢାଗଲା ।
ଅଗଷ୍ଟ ୨୨- ଇସ୍ରୋ ପକ୍ଷରୁ ଚନ୍ଦ୍ରମା ପୃଷ୍ଠର ପାଖାପାଖି ୨୬୫୦ କିଲୋମିଟର ଉଚ୍ଚରେ ଚନ୍ଦ୍ରଯାନ ୨ର ଏଲଆଇ୪ କ୍ୟାମେରାରେ ନିଆଯାଇଥିବା ତୃତୀୟ ଫଟୋ ଜାରି କରାଯାଇଥିଲା ।
ଅଗଷ୍ଟ ୨୬- ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ୨ ର ଟେରେନ୍ ମ୍ୟାପିଂ କ୍ୟାମେରା ରେ ନିଆଯାଇଥିବା ଚନ୍ଦ୍ରପୃଷ୍ଠର ଫଟୋକୁ ଜାରି କରାଯାଇଥିଲା ।
ଅଗଷ୍ଟ ୨୮- ତୃତୀୟ ଥର ଚନ୍ଦ୍ରମା କକ୍ଷକୁ ବଢାଗଲା ।
ଅଗଷ୍ଟ ୩୦- ଚତୁର୍ଥ ଥର ଚନ୍ଦ୍ରମା କକ୍ଷକୁ ବଢାଗଲା ।
ସେପ୍ଟମ୍ବର ୧- ୫ମ ଏବଂ ଶେଷ ଥର ଚନ୍ଦ୍ରମା କକ୍ଷ ବଢାଗଲା ।
ସେପ୍ଟମ୍ବର ୨- ବିକ୍ରମର ଲାଣ୍ଡର ସଫଳତାର ସହ ଅର୍ବିଟରରୁ ଅଲଗା ହେଲା ।
ସେପ୍ଟମ୍ବର ୩- ଚନ୍ଦ୍ରମାର ନକଟତର କରିବା ପାଇଁ ବିକ୍ରମକୁ ପ୍ରଥମ ଥର ଡି-ଅର୍ବିଟିଙ୍ଗ ପ୍ରକ୍ରିୟା ପୂରା କରାଗଲା ।
ସେପ୍ଟମ୍ବର ୪- ଦ୍ୱିତୀୟ ଡି-ଅର୍ବିଟିଙ୍ଗ ପ୍ରକ୍ରିୟା ପୂରା କରାଗଲା ।
ସେପ୍ଟମ୍ବର ୭ – ଚନ୍ଦ୍ରମାର ୨.୧ କି.ମି ଦୂରତା ପୂର୍ବରୁ ବିକ୍ରମ ଲାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।