ଅତୀତ ସବୁବେଳେ ମଣିଷକୁ ଆଗକୁ ଯିବାକୁ ବାଟ କଢାଏ । କାରଣ ଅତୀତରୁ ହିଁ ମିଳିଥାଏ ଭବିଷ୍ୟତର ରାସ୍ତା । ଅତୀତକୁ ବାଦ ଦେଇ ଭବିଷ୍ୟତର ପରି କଳ୍ପନା ଅସମ୍ଭବ । ଏଥର ଅଧ୍ୟାୟରେ ଆମେ ସେହି ଅତୀତ ଇତିହାସର କିଛି ଅଭୁଲା ପୃଷ୍ଠାରୁ ଆପଣଙ୍କୁ ଜଣାଇବୁ । ଭାରତ ଇତିହାସରେ ଅନେକ ଗୁଡିଏ ସାମ୍ରାଜ୍ୟ ରହିଛି । ଯେଉଁସବୁ ସାମ୍ରାଜ୍ୟ ଅତୀତରେ ଭାରତକୁ ନିଜ ଦଖଲକୁ ନେଇଥିଲେ । ଏବଂ ଆମ ଦେଶକୁ ଶାସନ କରିଥିଲେ । ସେଥିମଧ୍ୟରେ ଅନେକ ଅଜଣା କଥା ଲୁକକାୟିତ ହୋଇ ରହିଛି । ଯାହା ବିଷୟରେ ହୁଏତ ଆପଣମାନେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ସାମ୍ରାଜ୍ୟ ବିଷୟରେ..
ବ୍ରିଟିଶସାମ୍ରାଜ୍ୟ:
ଯଦି ଆମେ ଭାରତ ଇତିହାସ କଥା କହିବା ତେବେ ଭାରତର ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟ ମଧ୍ୟରେ ବ୍ରିଟିଶ ସାମ୍ରାଜ୍ୟ ସବୁଠୁ ଆଗରେ। ଯେଉଁ ସାମ୍ରାଜ୍ୟ ଅତୀତରେ ଭାରତ ସମେତ ସମ୍ପୂର୍ଣ୍ଣ ଦକ୍ଷୀଣ ଏସିଆ ଉପରେ ରାଜ୍ କରିଥିଲା । ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୨୦୦ ବର୍ଷ ପର୍ୟ୍ୟନ୍ତ ଭାରତକୁ ଶାସନ କରିଥିଲା। ଅନ୍ୟ ସବୁ ସାମ୍ରାଜ୍ୟର ଶାସନ ଅପେକ୍ଷା ଇଂରେଜ ଶାସନ ଥିଲା ସବୁଠାରୁ ଅସହ୍ୟ । କୁହାଯାଏ ଯଦି ଇଂରେଜ ମାନେ ଭାରତ ଉପରେ ରାଜ୍ କରିନଥାନ୍ତେ ତେବେ ଭାରତର ଶୋଇଥିବା ଆତ୍ମା କେବେ ବି ଜାଗ୍ରତ ହୋଇନଥାନ୍ତା କି ଭାରତ ଗୋଟିଏ ସ୍ୱାଧୀନ ରାଷ୍ଟ୍ର ଭାବେ ଆଜି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିନଥାନ୍ତା । ଅବଶ୍ୟ ଏଥିପାଇଁ ବହୁ ମହାପୁରୁଷଙ୍କ ତ୍ୟାଗ ଓ ସମର୍ପଣ ଅତୁଳନୀୟ ।
ମୌର୍ଯ୍ୟ ସାମ୍ରାଜ୍ୟ:
ମୌର୍ଯ୍ୟ ସାମ୍ରାଜ୍ୟ ବି ଭାରତର ଶକ୍ତିଶାଳୀ ସାମ୍ରାଜ୍ୟରେ ଗଣାଯିବ । ଏହି ରାଜ୍ୟର ସୀମା ଆଫଗାନିସ୍ତାନରୁ ନେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ରହିଥିଲା । ଏହି ସାମ୍ରାଜ୍ୟର ଲୋକେ ବହୁତ ଖୁସୀ ଥିଲେ । ଆସାମ ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ ଚନ୍ଦ୍ରଗୁପ୍ତ । ଯିଏ ମହାନ ରାଜନିତିଜ୍ଞ ଚାଣକ୍ୟଙ୍କ ସହ ମିଶିଥିଲେ । ଏହାପରେ ଏହି ସାମ୍ରାଜ୍ୟରେ ସମ୍ରାଟ ଅଶୋକ ବେଶ୍ ପରିଚିତ ଥିଲେ । ଯିଏ କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧ ଧର୍ମକୁ ଆପଣାଇ ଥଲେ ।
କୁଷାଣ ସାମ୍ରାଜ୍ୟ:
କୁଷାଣ ସାମ୍ରାଜ୍ୟ ବି ଭାରତର ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟ ମଧ୍ୟରେ ଅନ୍ୟତମ । ଏହି ସାମ୍ରାଜ୍ୟର ସୀମା ଚୀନ ରୁ ଆରମ୍ଭ କରି ସିଲ୍କ ରୁଟ୍ ପର୍ଯ୍ୟନ୍ତ ଥିଲା । କିନ୍ତୁ ଏହି ସାମ୍ରାଜ୍ୟ ସମ୍ପୂର୍ଣ୍ଣ ଭାରତ ଉପରେ ରାଜ୍ କରିନଥିଲା । ଏହାର ଶେଷ ଥିଲା ମଧ୍ୟ-ୟୁପି ଯାଏଁ ରହିଥିଲା ।
ଚୋଳ ସାମ୍ରାଜ୍ୟ:
ଭାରତର ଦକ୍ଷୀଣ ଭାଗରେ ଚୋଳ ସାମ୍ରାଜ୍ୟ ରାଜ୍ କରିଥିଲା । ସେହି ସମୟରେ ଏହି ସାମ୍ରାଜ୍ୟ ପାଖରେ ବହୁ ଶକ୍ତିଶାଳୀ ନୌସେନା ରହିଥିଲେ । ଯାହାଦ୍ୱାରା ଏହି ସାମ୍ରାଜ୍ୟ ଦକ୍ଷୀଣ ଏସିଆର ଅନେକ ଦେଶ ଉପରେ ରାଜ୍ କରିଥିଲା । ଯେଉଁଥିରେ ମିଆମର ଠାରୁ ଆରମ୍ଭ କରି ଇଣ୍ଡୋନେସିୟା ସାମିଲ ଥିଲା ।