ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବହୁ ପୂର୍ବରୁ ଅନେକ ଦେଶ ଆମ ରାଜ୍ୟରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଆଜି କୋରିଆ ରାଷ୍ଟ୍ରଦୂତ ସିନ ବଙ୍ଗକିଲଙ୍କ ନେତ୍ୱତରେ ୪୬ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାର ଜଣାପଡିଛି । ଏହି ୪୬ ଜଣିଆ ଶିଳ୍ପ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଅଲୋଚନା କରି କେଉଁ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ସେମାନେ ଆଗ୍ରହ ସେ ବିଷୟରେ ଆଲୋଚନା କରିଛନ୍ତି । ଏହି ଅଲୋଚନା ସମୟରେ ବହୁ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିଥିଲେ ।
ଏହି ଅଲୋଚନା ପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର କହିଛନ୍ତି ଯେ କୋରିଆ ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ସେଗୁଡିକ ହେଲା କୃଷି, ଉଦ୍ୟନ କୃଷି, ଆଲୁମୁନିୟମ, ମତ୍ସ୍ୟ, ବୟନ ଶିଳ୍ପ ଓ ଇଲେକ୍ଟ୍ରୋନିସ । ଏହା ଛଡା ହୁଣ୍ଡାଇ, ସାମସଙ୍ଗ ଏବଂ କିଆ ମୋଟର୍ସରେ ମଧ୍ୟ କୋରିଆ ପୁଞ୍ଜିନିବେଶ କରିବାଲାଗି ଆଗ୍ରହ ପ୍ରକାଶ କରିଛି । ଏହି ସକ୍ଷାତକାର ପରେ ଓଡିଶା ସହ କୋରିଆର ସମ୍ପର୍କ ସ୍ଥାପିତ ହେବା ସହ ଓଡିଶାର ବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ । ଏହି ଆଲୋଚନା ପରେ କୋରିଆ ରାଷ୍ଟ୍ରଦୂତ କହିଛନ୍ତି ଯେ କୋରିଆ ଓଡିଶାରେ ପୁଞ୍ଜିନିବେଶ କରିବା ଲାଗି ପ୍ରସ୍ତୁତ ଅଛି । ଏହା ସହ ଓଡିଶାରେ ଇସ୍ପାତ ଶିଳ୍ପ ପାଇଁ ମଧ୍ୟ କୋରିଆ ପୁଞ୍ଜିନିବେଶ କରିବା ପାଇଁ ରାଜି ଅଛି ।