ମୁମ୍ବାଇ ( ଏଟିଆର ବ୍ୟୁରୋ): କରୋନା ମହାରୀରେ ଏବେ ମଣିଷ ସମାଜ ଧ୍ୱସଂ ହେବାକୁ ବସିଲାଣି । ମଣିଷ କିଭଳି କରୋନା ଭଳି ଏହି ମହାମାରୀରୁ ନିଜକୁ ମୁକୁଳାଇବେ ସେଇ ଚିନ୍ତାରେ । ତେବେ ଏହି ଭିତରେ ଏବେ ଏମିତି ଏକ ଅମାନୁସିକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ମହାରାଷ୍ଟ୍ରର ଅମରାବତୀରେ ଏକ କୋଭିଡ ସେଣ୍ଟରରେ ଜଣେ ମହିଳାଙ୍କ ଠାରୁ ଜଣେ ଲାବ୍ରୋଟୋରୀ ବୟ , ମହିଳାଙ୍କ ଯୌନାଙ୍ଗରୁ ସ୍ୱାବ ନେଇଛନ୍ତିି ।
ପୁରା ଘଟଣା ଥିଲା ଏମିତି- ପୀଡିତ ମହିଳା ଜଣଙ୍କର ସହକର୍ମୀ ଜଣେ କରୋନା ଭାଇରସ ପଜିଟିଭ ଚିହ୍ନଟ ହେବା ପରେ ସେ ନିଜର ସ୍ୱାବ ଟେଷ୍ଟ କରିବା ପାଇଁ କୋଭିଡ ଟ୍ରମା ସେଣ୍ଟର ଲ୍ୟାବକୁ ଯାଇଥିଲେ । ସେଠାରେ ଲ୍ୟାବ ଟେକନିସିଆନ କରୋନା ଭାଇରସର ସଫଳ ପରକ୍ଷା ପାଇଁ ଯୌନାଙ୍ଗରୁ ସ୍ୱାବ ନେବାକୁ କହିଥିଲେ । ଏବଂ ମହିଳାଙ୍କ ଠାରୁ ସ୍ୱାବ ନେଇଥିଲେ ମଧ୍ୟ ।
ପରେ ମହିଳା ଜଣଙ୍କ ତାଙ୍କ ଭାଇଙ୍କୁ ଏନେଇ ଅବଗତ କରାଇଥିଲେ । ପୀଡିତଙ୍କ ଭାଇ ଡାକ୍ତରଙ୍କ ସହିତ ଏନେଇ ଯୋଗାଯୋଗ କରିବା ପରେ ଡାକ୍ତର ସେମିତି କିଛି ନିୟମ ନାହିଁ ବୋଲି କହିଥିଲେ । ଏନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ଲ୍ୟାବ ଟେକନିସିଆନକୁ ଗିରଫ କରିଥିବା ସୂଚନା ମିଳିଛି ।