ନୂଆଦିଲ୍ଲୀ,(ଏଟିଆରବ୍ୟୁରୋ): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ । ପୂର୍ବରୁ ଡାଇବେଟିସ ଓ ରକ୍ତଚାପର ଶିକାର ହୋଇଥିଲା ଲାଲୁଙ୍କ ଏବେ କିଡନୀ ଖରାପ । ୬୩ ପ୍ରତିଶତ କାମ କରୁନି । ଏହି ସୂଚନା ଦେଇଛନ୍ତି ଲାଲୁଙ୍କ ଅର୍ଥାତ ରିମ୍ସ (ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ)ଡାକ୍ତର ପିକେ ଝା ।
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଗିରଫ ହୋଇ ୧୪ବର୍ଷ ଲାଗି ଜେଲ ଦଣ୍ଡାଦେଶ ଭୋଗୁଛନ୍ତି । ଜେଲରେ ରହିବା ପରେ ଲାଲୁ ବିଭିନ୍ନ ରୋଗର ଶିକାର ହୋଇ ଗତବର୍ଷ ପାଖରୁ ରାଞ୍ଚି ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସବୁଠୁ ବଡ଼ କଥା ହେଉଛି ଲାଲୁଙ୍କ ରକ୍ତ ସଂକ୍ରମିତ ହୋଇଥିବା କାରଣରୁ ତାଙ୍କ କିଡନୀ ଖରାପ ହୋଇଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।