ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିସେମ୍ବର ୩୧ ସୁଧା ଯଦି କୌଣସି ଭାରତୀୟ ପ୍ରବାସୀ ତାଙ୍କର ପ୍ୟାନକାର୍ଡକୁ ଆଧାରକାର୍ଡ ସହିତ ଲିଙ୍କ୍ ନକରନ୍ତି ତେବେ ତାଙ୍କର ପ୍ୟାନକାର୍ଡ ଅକାମୀ ହୋଇଯିବ ।
ମିଡିଆ ରିପୋର୍ଟ ମୁତାବକ, ଏକ ସାର୍ବଜନିକ ସୂଚନା ଜାରି କରାଯାଇ ଭାରତୀୟ ପ୍ରବାସୀଙ୍କୁ ଡିସେମ୍ବର ୩୧ ପୂର୍ବରୁ ପ୍ୟାନକାର୍ଡ କୁ ଆଧାର କାର୍ଡ ସହ ଲିଙ୍କ ୍ କରିବା ପାଇଁ କୁହାଯାଇଛି ।
ଏନଆରଆଇଙ୍କ ପାଇଁ ଆଧାର କାର୍ଡ କିମ୍ବା ପ୍ୟାନକାର୍ଡ ଜରୁରୀ ନାହିଁ, କିନ୍ତୁ ଯଦି କାହା ପାଖରେ ଏହି ଡକ୍ୟୁମେଣ୍ଟସ ଅଛି ତେବେ ସେମାନେ ଡିସେମ୍ବର ୩୧ ପୂର୍ବରୁ ଲିଙ୍କି କରିବା ଜରୁରୀ ।
ଭାରତରୁ ଆର୍ଥିକ ନେଣ ଦେଣ କରୁଥିବା ଏନଆରଆଇଙ୍କୁ ପ୍ୟାନକାର୍ଡ ଏବଂ ଆଧାରକାର୍ଡ ଦୁଇଟି ଯାକ ରଖିବା ପାଇଁ କୁହାଯାଇଛି । ସେହିଅନୁଯାୟୀ ପ୍ୟାନ୍ କୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୧ ରଖାଯାଇଥିଲା, ପରବର୍ତ୍ତି ମୁହୂର୍ତ୍ତରେ ଏହାର ସମୟ ସୀମାକୁ ବଢାଇ ଡିସେମ୍ବର ୩୧ କରାଯାଇଛି ।
ଭାରତ ସରକାରଙ୍କ ନିୟମ ଅନୁସାରେ, ଭାରତରେ ନିବେଶ ପାଇଁ ଇଛୁକ ଏନଆରଆଇ ମାନଙ୍କ ପାଇଁ ପ୍ୟାନକାର୍ଡ ଅନିବାର୍ଯ୍ୟ କରାଯାଇଛି ।