ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶର ୮ ଟି ରାଜ୍ୟରେ ୫୯ ଟି ଲୋକସଭା ଆସନ ପାଇଁ ଆଜି ମତଦାନ ଗ୍ରହଣ କରାଯାଉଛି । ସପ୍ତମ ପର୍ଯ୍ୟାୟ ଅର୍ଥାତ ଶେଷ ପର୍ଯ୍ୟାୟ ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସତୃଘ୍ନ ସିହ୍ନାଙ୍କ ପରି ହେବିୱେଟ ନେତାଙ୍କ ପାଇଁ ଆଜି ପଡୁଛି ଭୋଟ । ସେହଭଳି ଭାରତର କେତେକ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ମଧ୍ୟ ଆଜି ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ଭାରତର ସବୁଠାରୁ ଚର୍ଚ୍ଚିତ ଲୋକସଭା ଆସନ ବାରଣାସୀରେ ଆଜି ମତଦାନ ଅନୁଷ୍ଠିତ ହେଉଛି । ସେହିଭଳି ବିହାର ପାଟନା ସାହେବରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇଥିବା ସତୃଘ୍ନ ସିହ୍ନାଙ୍କର ମଧ୍ୟ ଆଜି ରହିଛି ଭାଗ୍ୟ ପରୀକ୍ଷା ।
ଦେଶର ୭ ଟି ରାର୍ଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଗ୍ରହଣ କରାଯାଉଛି । ଉତରପ୍ରଦେଶରେ ୧୩ , ପଂଜାବରେ ୧୩ , ପଶ୍ଚିମବଙ୍ଗରେ ୯ ଆସନରେ ହେବ ଭୋଟିଂ । ସେହିପରି ବିହାରରେ ୮ଟି , ମଧ୍ୟପ୍ରଦେଶରେ ୮, ହିମାଚଳ ପ୍ରଦେଶରେ ୪ , ଝାଡଖଣ୍ଡରେ ୩ ଆସନ ଓ ଚଣ୍ଡିଗଡ଼ରେ ଗୋଟିଏ ଆସନରେ ଗୋଟିଏ ଆସନରେ ମତଦାନ ଅନୁଷ୍ଠିତ ହେଉଛି । ୫୯ ଟି ଲୋକସଭା ଆସନରେ ୯୧୮ ପ୍ରାର୍ଥୀ ବିଭିନ୍ନ ଦଳରୁ ସେମାନଙ୍କର ଭାଗ୍ୟ ପରୀକ୍ଷା ଦେଉଛନ୍ତି ।
ଏହି ୮ ଟି ରାଜ୍ୟରୁ ୧୦ କୋଟି ଭୋଟର ଗଣତନ୍ତ୍ରର ଏହି ମହାପର୍ବରେ ସେମାନଙ୍କର ବହୁମୂଲ୍ୟ ମତ ଦେବେ । ସେହିଭଳି ବିବାଦରେ ଥିବା ପଶ୍ଚିମବଙ୍ଗ ଉପରେ ଆଜି ସମସ୍ତଙ୍କ ନଜର ରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରାଲି ବେଳେ ହୋଇଥିବା ହିଂସା ପରେ ସମଗ୍ର ପଶ୍ଚିମବଙ୍ଗ ଉତ୍ତେଜନା ପୂର୍ଣ୍ଣ ରହିଥିଲା । ତେବେ ଆଜି ସେଠାରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।