ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଶେଷ କାର୍ଯ୍ୟଦିବସ ରହିଥିଲା । ସେ ଆସନ୍ତା ୧୭ ତାରିଖରେ ଅବସର ନେବାକୁ ଥିବା ବେଳେ ଆଗାମୀ ୨ ଦିନ ଶନିବାର ରବିବାର ପଡୁଥିବାରୁ ତାଙ୍କର ଆଜି କୋର୍ଟରେ ଅନ୍ତିମ କାର୍ଯ୍ୟ ଦିବସ ରହିଥିଲା । ପରମ୍ପରା ଅନୁସାରେ ଆଜି ଆଗାମୀ ବିଚାରପତିଙ୍କ ସହିତ କୋର୍ଟରେ ବସିଥିଲେ ଜଷ୍ଟିସ ରଞ୍ଜନ ଗୋଗୋଇ । ଜଷ୍ଟିସ ରଞ୍ଜନ ଗୋଗୋଇ ତାଙ୍କ କାର୍ଯ୍ୟକାଳ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି ।
ଯେଉଁଥିରେ ରହିଛି ଦୀର୍ଘ ବର୍ଷ ଧରି ଲାଗି ରହିଥିବା ରାମ ମନ୍ଦିର ଓ ବାବ୍ରି ମସଜିଦ ମାମଲା, ରାଫେଲ ଚୁ୍କ୍ତି, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ହେବା ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ପ୍ରଦାନ । କାର୍ୟ୍ୟକାଳର ଅନ୍ତିମ ଦିନରେ ସିଜେଆଇ ରଞ୍ଜନ ଗୋଗୋଇ କେବଳ ତିନି ମିନିଟ୍ ପାଇଁ କୋର୍ଟରେ ବସିଥିଲେ । ସେ ଏହି ତିନି ମିନିଟ ମଧ୍ୟରେ ୧୦ ଟି କେସର ନୋଟିସ ଜାରି କରିଛନ୍ତି ।