ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଦେଶରେ ଲକ୍ ଡାଉନ୍ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ମାତ୍ର ମେ’ ୩ ପରେ ବି ରେଳ ଏବଂ ବିମାନ ସେବା ଚାଲିବାକୁ ନେଇ କୌଣସି ସମ୍ଭାବନା ନାହିଁ । ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କୁହାଯାଇଛି କି, ଟ୍ରେନ୍ ଏବଂ ବିମାନ ଚଳାଚଳ ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରାୟ ପର ହିଁ ଅନ୍ତିମ ନିର୍ଣ୍ଣୟ ନିଆଯିବ । ବର୍ତ୍ତମାନର ସ୍ଥିତ ଅନୁଯାୟୀ ଟ୍ରେନ୍ ଗଡିବା ସମ୍ଭବ ନୁହେଁ । ସେହିପରି ବିମାନ ଉଡାଣ ବି ସମ୍ଭବ ନୁହେଁ ।
କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି କି, କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ଏବଂ ବିମାନ ସେବା ପରିଚାଳନା ଆରମ୍ଭ କରିବା ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ । ଏହାସହିତ ଏହି ବିଷୟରେ ବର୍ତ୍ତମାନ ଆଲୋଚନା କରିବା ବ୍ୟର୍ଥ ଅଟେ । ଦିନେ ନା ଦିନେ ରେଳ ଏବଂ ବିମାନ ସେବା ଆରମ୍ଭ ହେବ । କିନ୍ତୁ କେବେ ହେବ ସେନେଇ ଏବେ କିଛି କହିହେବନି । କାରଣ ପ୍ରତିଦିନ କରୋନ ସ୍ଥିତିର ସମୀକ୍ଷା କରାଯାଉଛି । ତାପରେ ଯାଇ କିଛି ନିଷ୍ପତି ନିଆଯାଉଛି ।
ଅନ୍ୟପଟେ ମେ ୩ ପରେ ମାନେ ମେ ୪ରୁ କିଛି ବିମାନ କମ୍ପାନୀ ପକ୍ଷରୁ ବୁକିଂ ଆରମ୍ଭ ହୋଇଥିଲା । ଏନେଇ ନଗର ବିମାନ ମନ୍ତ୍ରୀ ହରଦୀପ ସିଂ କହିଛନ୍ତି କି , ଏୟାରଲାଇନ୍ସକୁ ପରାମର୍ଶ ଦିଆଯାଉଛି କି ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଉଡାଣ ସେବା ଆରମ୍ଭ କରିବା ଉପରେ ସରକାରଙ୍କ ନିଷ୍ପତି ପରେ ହିଁ ଟିକେଟ ବୁକିଂ ଆରମ୍ଭ କରନ୍ତୁ । କାରଣ ବିମାନ ଉଡାଣ କେବେ ହେବ ସେନେଇ କୌଣସି ସ୍ପଷ୍ଟିକରଣ ହୋଇ ନାହିଁ ।