ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଭାରତୀୟ ରେଲୱେ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏୟାରଲାଇନ୍ସ ସିଷ୍ଟମ ଭଳି ରେଲୱ ବି ଯାତ୍ରାର ସମସ୍ତ ଟିକେଟକୁ ପିଏନଆର ନମ୍ବରରେ ଲିଙ୍କ୍ କରିବାକୂ ଯାଉଛି । ଏହି ସୁବିଧା ପରେ ପ୍ରଥମ ଟ୍ରେନ୍ ବିଳମ୍ବ ହେବା ଯୋଗୁଁ ଦ୍ୱିତୀୟ ଟ୍ରେନ୍ ରେ ଯାତ୍ରା କରିବା ସ୍ଥିତିରେ ଯଦି ଆପଣ ଟିକେଟ କ୍ୟାନସଲ କରୁଛନ୍ତି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଟଙ୍କା ରେଲୱେ ପକ୍ଷରୁ ଫେରାଇ ଦିଆଯିବ ।
ଏହି ସୁବିଧା ଆଗାମୀ ଅପ୍ରିଲ ମାସ ପହିଲାରୁ ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ଏହାସହିତ ରେଲୱେ ବୋର୍ଡ ପକ୍ଷରୁ ଏନେଇ ଆଦେଶ ଜାରି କରାଯାଇଛି । ଏହି ସୁବିଧାର ଲାଭ ସେହି ଯାତ୍ରୀମାନେ ଉଠାଇପାରିବେ, ଯେଉଁମାନେ କୌଣସି କାରଣ ବସତଃ ଟ୍ରେନ୍ ଫେଲ ହୋଇଯାଉଛନ୍ତି । ଯାହାଫଳରେ ତାଙ୍କୁ କ୍ୟାନସଲେସନ୍ ଚାର୍ଜ ଦେବା ସହ ଟଙ୍କାର ବି କ୍ଷତି ସହିବାକୁ ପଡୁଛି ।
ରେଲୱେ ଅଧିକରୀଙ୍କ ମୁତାବକ, ଅପ୍ରିଲ ୧ ରୁ ସମସ୍ତ ଟିକେଟ୍ ରେ ପିଏନଆର ଲିଙ୍କ କରାଯିବ । ଯାହାଦ୍ୱାରା ଏହା କନେକ୍ଟିଙ୍ଗ ଯାତ୍ରର ଡାଏରୀ ରେ ସାମିଲ ହୋଇଯିବ ।
ଟ୍ରେନ୍ ଛାଡିବା ସ୍ଥିତିରେ ଯାତ୍ରୀଙ୍କୁ ପ୍ରଥମ ଟ୍ରେନ୍ ପହଁଚିବାର ୩ ଘଣ୍ଟା ଭିତରେ ସେହି ଷ୍ଟେସନରୁ ଆପଣଙ୍କୁ ଟିକେଟ କ୍ୟାନସଲ କରିବାକୁ ପଡିବ, ଯେଉଁଠୁ ସେ ଆଗାମୀ ଟ୍ରେନ ଧରିଥିଲେ । ଯଦି କୌଣସି କାରଣରୁ ଟିକେଟ କାଉଣ୍ଟର ବନ୍ଦ ଅଛି ତେବେ ତିନି ଦିନ ଭିତରେ ସେହି ଷ୍ଟେସନରୁ ଏକ ଟିଡିଆର ଫର୍ମ ଭରି କରିବାକୁ ପଡିବ । ସମ୍ବୋନ୍ଧିତ ଜୋନ୍ ର ତଦନ୍ତ ପରେ ହିଁ ଯାତ୍ରୀଙ୍କ ଆକାଉଣ୍ଟକୁ ତାଙ୍କ ସମସ୍ତ ଟଙ୍କା ରିଫଣ୍ଡ କରାଯିବା ପାଇଁ ଆଦେଶ ଜାରି କରାଯିବ ।
ଖବରମୁତାବକ, ଏୟାରଲାଇନ୍ସରେ ବି କିଛି ଏଭଳି ସିଷ୍ଟମ ଲାଗୁ କରିଛି । ସେଠାରେ ଗୋଟେ ଯାତ୍ରା ଜରିଆରେ ଅନେକ ସ୍ଥାନରେ ବିମାନ ବଦଳାଇବା ସ୍ଥିତିରେ ଯଦି ଯାତ୍ରୀ ଜଣଙ୍କ ସେହି ଏୟାରଲାଇନ୍ସ ବିମାନରେ ଯାତ୍ରା କରୁଛନ୍ତି, ତେବେ ତାଙ୍କୁ ଗୋଟିଏ ହିଁ ପିଏନଆର ନମ୍ବର ଦିଆଯିବ । ଏହାସହିତ ଯାତ୍ରୀଙ୍କୁ ପ୍ରଥମ ବିମାନରୁ ହିଁ ସମସ୍ତ ବୋର୍ଡିଂ ପାସ୍ ଜାରି କରିଦିଆଯିବ ।