ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଗାଡିରେ ଲାଗିବ ଲୋକେସନ ଟ୍ରାକିଙ୍ଗ ଓ ଏମରଜେନ୍ସି ବଟନ । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଜାରି କଲା ଏପରି ନିୟମ । ଏଣିକି ସର୍ବସାଧାରଣଙ୍କ ଗମନାଗମନ ପାଇଁ ବ୍ୟବହୃତ ବସ କିମ୍ବା ଅନ୍ୟ ଗାଡି ଗୁଡିକରେ ଟ୍ରାକିଙ୍ଗ ଓ ଏମରଜେନ୍ସି ବଟନ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ତରଫରୁ ଏନେଇ ଅନେକ ଗୁଡିଏ ନିୟମକୁ ବାଧ୍ୟତାମୂଳକ କରାଯାଇଛି ।
ସାଧାରଣ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ୨୦୧୯ ମସିହା ଜାନୁଆରୀ ୧ ତାରିଖ ଦିନଠାରୁ ପଞ୍ଜିକୃତ ହେବାକୁ ଥିବା ଜନସାଧାରଣଙ୍କ ଗମନାଗମନ ପାଇଁ ଯାନବାହାନରେ ଏ ସବୁ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ଜଣାପଡିଛି । ବସ ଗୁଡିକରେ ଲୋକେସନ ଟ୍ରାକିଙ୍ଗ ଓ ଏମରଜେନ୍ସି ବଟନ ଲଗାଇବାକୁ ସଡକ ପରିବହନ ମନ୍ତ୍ରଣାଳୟ ଜଣାଇ ଦେଇଛନ୍ତି । ତେବେ ଅଟୋ ରିକ୍ସା ଓ ଇ-ରିକ୍ସାରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଜଣାପଡିଛି ।