ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଗାଇଡ ଲାଇନ୍ ରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍ କୁ ନେଇ ବଡ ନିଷ୍ପତି ନେଇଛନ୍ତି । ଆରୋଗ୍ୟ ସେତୁ ଆପ୍ ସହ ଜଡିତ ନିୟମକୁ ଏବେ କେନ୍ଦ୍ର ସରକାର ସରଲ କରିଦେଇଛନ୍ତି । ଏହି ଆପ୍ ଡାଉନଲୋଡ ପାଇଁ ବାଧ୍ୟତାମୂଳକ ବଦଳରେ ଏହାକୁ ବୈକଳ୍ପକ କରିଦେଇଛନ୍ତି ସରକାର । ଏହାର ଅର୍ଥ ଏବେ କମ୍ପାନୀ ଚାହିଁଲେ ଏହି ଆପ୍ କୁ ତାର କର୍ମଚାରୀଙ୍କୁ ଫୋନ୍ ରେ ଡାଉନଲୋଡ କରିବାକୁ ପରାମର୍ଶ ଦେଇପାରିବ ବା ନଦେଇ ବି ପାରେ । ଆରୋଗ୍ୟ ସେତୁ ଆପ୍ କୁ କରୋନା ଭାଇରସ ସଂକ୍ରମଣର ତଦାରଖ ପାଇଁ ବିକସିତ କରାଯାଇଛି ।
ଗୃହମନ୍ତ୍ରାଳୟ ଦ୍ୱାରା ରବିବାର ଜାରି କରାଯାଇଥିବା ଗାଇଡଲାଇନ୍ ରେ ସରକାର ଏହି ଆପ୍ ର ଫାଇଦା ଉପରେ ବିଶେଷ ଜୋର ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି କି ଏହି ଆପ୍ କରୋନା ଭାଇରସ ସଂକ୍ରମଣ ବ୍ୟାପିବାରୁ ଆଗୁଆ ସୂଚାଇ ଦେଉଛି । ଏହା ବ୍ୟକ୍ତି ଏବଂ ସମାଜ ପାଇଁ ସୁରକ୍ଷା କବଚ ସଦୃଶ ।
ନୂତନ ଗାଇଡଲାଇନ୍ ମୁତାବକ,କାର୍ଯ୍ୟାଳୟ ଏବଂ କାର୍ଯ୍ୟସ୍ଥଳର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମାଲିକମାନଙ୍କୁ ସମସ୍ତ କର୍ମଚାରୀଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ କୁ ରଖିବା ସୁନିଶ୍ଚିତ କରିବାର ପ୍ରୟାସ କରିବା ଉଚିତ୍ । ଏହାପୂର୍ବରୁ ମେ ୧ ରେ ଜାରି ହୋଇଥିବା ଗାଇଡଲାଇନରେ ସରକାର ବି ସମସ୍ତ କାର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ଜରୁରୀ କହିଥିଲେ ।
କିନ୍ତୁ ରବିବାର ଜାରି ହୋଇଥିବା ଗାଇଡଲାଇନ୍ ମୁତାବକ, କେନ୍ଦ୍ର କହିଛି କି ଏବେ ଜିଲ୍ଲା ପ୍ରଶାସନ ଅଧିକାର ରହିବ କି ସେ କେଉଁ ବ୍ୟକ୍ତିଙ୍କୁ ଏହି ଆପ୍ ରଖିବାକୁ ପରାମର୍ଶ ଦେଇପାରିବେ । ଏହାସହିତ ନିୟମିତ ଆଧାରରେ ସ୍ୱାସ୍ଥ୍ୟର ତଦାରଖ କରାଯାଇ ପାରିବ ।