ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ମଚାରୀ ଭବିଷ୍ୟ ନିଧି ଯୋଜନାରେ ସଂଶୋଧନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ଯାହାଦ୍ୱାରା ଲକ୍ ଡାଉନ୍ ସମୟରେ ଯେଉଁ କର୍ମଚାରୀ ଆର୍ଥିକ ସମସ୍ୟାର ସମ୍ନା କରୁଛନ୍ତି ସେମାନେ ଆଗାମୀ ତିନି ମାସର ବେତନ ଉଠାଇ ପାରିବେ ।
ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ରବିବାର ଦିନ କୁହାଯାଇଛି କି, କରୋନା ଭାଇରସକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟ ନିଧି ଯୋଜନା ୧୯୫୨ ରେ ସଂଶୋଧନ ପାଇଁ ଅଧିସୂଚନା ଜାରି କରାଯାଇଛି । ଏହି ଯୋଜନାରେ ଜଡିତ କର୍ମଚାରୀ ଏବେ ଆଗାମୀ ତିନି ମାସ ବେତନ ଏବଂ ଭତ୍ତା ଉଠାଇ ପାରିବେ । ଏହି ରାଶି ସେମାନଙ୍କୁ ପୁର୍ନବାର ଜମା କରିବାକୁ ପଡିବ ନାହିଁ । କୋଭିଡ ୧୯ କୁ ମହାମାରୀ ଘୋଷଣା କରାଯାଇଛି । ସେଥିପାଇଁ ଦେଶବ୍ୟାପି ସମସ୍ତ କର୍ମଚାରୀ ଏହି ଫାଇଦା ଉଠାଇ ପାରିବେ ।
ଅନ୍ୟପଟେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି , ଏଭଳି ଟଙ୍କା ଉଠାଣ ଆବେଦନ ଉପରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ । ଯାହାଫଳରେ ଆବେଦନକାରୀ ଏବଂ ତାଙ୍କ ପରିବାରକୁ ବହୁତ ସହାୟକ ମିଳି ପରିବ ।