ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନି । ଏହି ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ବିଭିିନ୍ନ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ସେହିପରି ଦିଲ୍ଲୀରେ ମଧ୍ୟ ଲକଡାଉନ ଜାରି ରହିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବେ ଦିଲ୍ଲୀରେ ପୁଣି ଏକ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ମେ ୨୪ ଯାଏଁ ଲକଡାଉନ ବୃଦ୍ଧି କରାଇବାର ଘୋଷଣା କରିଛନ୍ତି ।
୨୪ ମେ ସକାଳ ୫ଟା ଯାଏଁ ଦିଲ୍ଲୀରେ ସମସ୍ତ କଟକଣା ବଳବତ୍ତର ରହିବ । ଏହାସହିତ ଦିଲ୍ଲୀରେ ମେଟ୍ରୋ ବି ଚାଲିବ ନାହିଁ । ଲକଡାଉନ ପାଇଁ କରୋନା ମାମଲା ହ୍ରାସ ହେଉଥିବାରୁ କେଜ୍ରିଆଲ ସରକାର ଲକଡାଉନ ବଢାଇବାର ନିଷ୍ପତି ନେଇଛନ୍ତି ।