ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାକୁ ହ୍ରାସ କରିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପୁଣି ଏକ ସପ୍ତାହ ପାଇଁ ଲକଡାଉନ ବୃଦ୍ଧି କରାଯାଇଛି । ଦିଲ୍ଲୀରେ ମେ ୩୧ ସକାଳ ୫ ଟା ଯାଏଁ ଲକଡାଉନ ଜାରି ରହିବ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜ୍ରିଆଲ କହିଛନ୍ତି କି, ଯଦି ମାମଲା ହ୍ରାସ ପ୍ରକ୍ରିୟା ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏଭଳି ଜାରି ରହିବ ତେବେ ମେ ୩୧ ରୁ ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବୁ । ଏବେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଇବାର ନଜର ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ହାର ୨.୫ ପ୍ରତିଶତରୁ ତଳକୁ ଖସିଛି । ଅର୍ଥାତ ୨୪ ଘଣ୍ଟାରେ କରୋନାର ୧୬୦୦ ମାମଲା ସାମ୍ନାକୁ ଆସିଛି ।