ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଭାଇରସ । ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଗଲାଣି । ସେଥିପାଇଁ ଦେଶବ୍ୟାପୀ ମେ ୩ ତାରିଖ ଯାଏଁ ଲକ୍ ଡାଉନ୍ ଘୋଷଣା ହୋଇଛି । ଇତିମଧ୍ୟରେ ତେଲେଙ୍ଗାନାରେ କରୋନା ଆକ୍ରାନ୍ତ ସଂଖ୍ୟା ୮୫୮ କୁ ଛୁଇଁଛି । ଏହାସହ ଗତକାଲି ୪୯ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାର ଦେଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲକ୍ ଡାଉନ୍ କୁ ମେ’ ୭ ଯାଏଁ ବୃଦ୍ଧି କରିଛନ୍ତି । ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ମେ’ ୩ ଯାଏଁ ଲକ୍ ଡାଉନ୍ ଘୋଷଣା ହୋଇଛି । ଏହି ଲକ୍ ଡାଉନ୍ ଆଗାକୁ ବୃଦ୍ଧି ହେବ କି ହଟିବ ତାହା ନେେଇ କୌଣସି ସ୍ପଷ୍ଟ ହୋଇନାହିଁ ।
ରାଜ୍ୟର କ୍ୟାବିନେଟ୍ ବୈଠକ ପରେ ଚନ୍ଦ୍ରଶେଖର ରାଓ କହିଛନ୍ତି, ଲକ୍ ଡାଉନ୍ କୁ ତେଲେଙ୍ଗାନାରେ କଡାକଡି ଭାବେ ପାଳନ କରାଯିବ । ସେହିପରି ଏପ୍ରିଲ ୨୦ରୁ ମାନେ ଆଜିଠାରୁ କୌଣସି ଫୁଡ୍ ଡେଲିଭରୀ ଆପ୍ କୁ ଘରେ ଘରେ ଫୁଡ୍ ଡେଲିଭରୀ ପାଇଁ ଅନୁମତି ଦିଆଯିବ ନାହିଁ । ଏହାସହିତ ଯଦି ଆମେ ପିଜା ଓ ବର୍ଗରେ ନଖାଇବା ତେବେ ଆମେ ମରି ଯିବା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।