ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତ ୧୧ ତାରିଖ ଗରୁବାର ସର୍ବାଧିକ ୧୩ ଘଣ୍ଟା ଲୋକସଭା କାର୍ଯ୍ୟକାଳ ଚାଲି ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗତ ୧୧ ତାରିଖରେ ହୋଇଥିବା ଲୋକସଭା ଅଧିବେଶନ କାର୍ଯ୍ୟକାଳ ଦିନ ୧୧ ଟାରୁ ଆରମ୍ଭ ହୋଇ ରାତ୍ର ୧୧ ଟା ୫୯ ମିନିଟ ପର୍ଯ୍ୟନ୍ତ ହୋଇଥିଲା । ଯାହା ଗତ ୨୦ ବର୍ଷର ରେକର୍ଡ ଭାଙ୍ଗିଛି । ଭାରତ ଇତିହାସରେ ଗତ ୨୦ ବର୍ଷ ମଧ୍ୟରେ କେବେ ଏତେ ସମୟ ଧରି ଲୋକସଭା ଚାଲି ନଥିଲା । ସୂଚନାଯୋଗ୍ୟ ବାଚସ୍ପତି ଓମ ବିଲ୍ଲାଙ୍କ ସମେତ ସମସ୍ତ ଦଳ ଚାହିଁଥିଲେ ଗୋଟିଏ ଦିନରେ ରେଳ ବଜେଟ ସମେତ ରେଳ ମନ୍ତ୍ରଣାଳୟ ସହିତ ଯୋଡି ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଲୋଚନା ସାରିବାକୁ ।
କେବଳ ସେତିକି ନୁହେଁ ସମସ୍ତ ସାଂସଦଙ୍କୁ ଅଧିକ ସମୟ କହିବା ପାଇଁ ସୁଯୋଗ ଦେବାପାଇଁ ବାଚସ୍ପତି କହିଥିଲେ । ସେହିଭଳି ପ୍ରଥମ ଥର କରି ସଂସଦକୁ ଆସିଥିବା ସାଂସଦଙ୍କୁ ପ୍ରାଥମିକତା ଦେବା ପାଇଁ ବାଚସ୍ପତି କହିଥିଲେ । ତେବେ ବାଚସ୍ପତିଙ୍କ ଏହି କାର୍ଯ୍ୟକୁ ନେଇ ବିଜେପି ସାଂସଦ ଜଗଦାମ୍ଭିକା ପାଲ କହିଛନ୍ତି “ ନୂଆ ବାଚସ୍ପତି ଗୃହର କାଯ୍ୟ କରିବାର ଶୈଳି ବଦଳାଇ ଦେଇଛନ୍ତି ।
ସୂଚନାଯୋଗ୍ୟ ଏତେ ସମୟ ଧରି ଗୃହ ଚାଲିବା ରେକର୍ଡ ୧୯୯୬ ମସିହାରେ ହୋଇଥିଲା । ଯେଉଁ ସମୟରେ ଏଚଡି ଦେବିଗୌଡାଙ୍କ ସରକାର ରହିଥିଲା । ସେହି ସମୟରେ ଆଜି ମୋଦି ସରକାରରେ ବରିଷ୍ଠ ମନ୍ତ୍ରୀ ଥିବା ରାମ ବିଲାସ ପାସୱାନ ସେତେବେଳ ରେଳ ମନ୍ତ୍ରୀ ଥିଲେ । ଏହି ସମୟରେ ରେଳ ବଜେଟ ଉପରେ ଆଲୋଚନା ୨୪ , ୨୫ ଏବଂ ୨୬ ଜୁଲାଇରେ ହୋଇଥିଲା । ୨୬ ତାରିଖରେ ସକାଳ ୧୧ ଟାରୁ ଆରମ୍ଭ ହୋଇ ୨୭ ତାରିଖ ସକାଳ ୭ ଟା ବାଜି ୧୦ ମିନିଟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ଦୀର୍ଘ ୨୦ ଘଣ୍ଟା ଧରି ଗୃହ ଚାଲିଥିଲା ।