ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଏଲୋନ ମସ୍କ । ଏହି ନାଁ ଆପଣମାନେ ନିଶ୍ଚିତ ଶୁଣିଥିବେ । ଆମେ ଆଜି ଆପଣଙ୍କୁ ତାଙ୍କରି କଥା କହୁଛୁ ଯିଏ ହେଉଛନ୍ତି ଟେସ୍ଲା କମ୍ପାନୀର ସିଇଓ । ତାଙ୍କର ଗୋଟେ ଟ୍ୱିଟ ପରେ ଅନ୍ୟ କମ୍ପାନୀର ସେୟାର ଆକାଶଛ୍ରୁଆଁ ହୋଇଥାଏ । ଆଜ୍ଞା ହଁ ଏବେ ଭାରତରେ ରିଲିଆନ୍ସ ଜିଓ ଏବଂ ଅନ୍ୟ ଟେଲିକମ କମ୍ପାନୀଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ଏଲୋନ ମସ୍କ ।
ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍ଗ ବହୁତ ଶୀଘ୍ର ଭାରତରେ ଇଂଟରନେଟ ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ପହଲେ ଆଓ-ପହଲେ ପାଓ ଆଧାରରେ ରେଜିଷ୍ଟ୍ରସନ ଆରମ୍ଭ ହୋଇଯାଇଛି ।
ସୂଚନାଯୋଗ୍ୟ, ଇଂଟରନେଟ ସେବା ସ୍ପେସଏକ୍ସକୁ କଣ୍ଟ୍ରୋଲ କରେ ଷ୍ଟାରଲିଙ୍କ, ଯାହା ଏକ ଏୟାରସ୍ପେସ କମ୍ପାନୀ । ୨୦୦୨ ମସିହାରେ ସ୍ପେସଏକ୍ସ କମ୍ପାନୀ ସ୍ଥାପନା କରିଥିଲେ ଏଲନ ମସ୍କ । ଭାରତରେ ଇଂଟରନେଟ ସେବା ପାଇଁ ଷ୍ଟାରଲିଙ୍କ ଇଣ୍ଡିଆର ୱେବସାଇଟ ଲାଇଭ ହୋଇଯାଇଛି ଏବଂ ବୁକିଂ ଜାରି ରହିଛି ।
୨୦୨୨ ମସିହାରେ ଆରମ୍ଭେ ଇଂଟରନେଟ ସେବା ଆରମ୍ଭ ହୋଇପାରେ । ଅବଶ୍ୟ କନେକ୍ସନ ପାଇଁ ପ୍ରିବୁକିଂ ଆରମ୍ଭ ହୋଇଯାଇଛି । ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ଷ୍ଟାରଲିଙ୍କ.କମ୍ କୁ ଯାଇ ଆପ ପ୍ରି-ବୁକ୍ କରାଇପାରିବେ । ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ପ୍ରିବୁକିଂ ଚାଲିଛି । ବୁକିଂ ସମୟରେ ଆପଣଙ୍କୁ ଲୋକେସନର ସୂଚନା ମଧ୍ୟ ମିଳିଯିବ ।
ଷ୍ଟାରଲିଙ୍କ ଇଂଟନେଟ ପ୍ରିବୁକିଂ ପାଇଁ ୭୩୦୦ ଟଙ୍କା ସିକ୍ୟୁରିଟି ଭାବେ ଦେବାକୁ ହେବ । ପେମେଣ୍ଟ କରିବା ପରେ ଆପଣଙ୍କ ଲୋକେସନରେ ବୁକିଂ କନଫର୍ମ ହୋଇଯିବ ।