ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ତିହାର ଜେଲରେ ରହିବେ ଦେଶର ବଡ ଠକ । ପଳାତକଙ୍କ ପାଇଁ ସୁରକ୍ଷିତ ସ୍ଥାନ ତିହାର ଜେଲ । ଦେଶର ବ୍ୟାଙ୍କ ଗୁଡିକରୁ କୋଟି କୋଟି ଟଙ୍କା ଠକିନେଇ ପାଳାଇଯାଇଥିବା ତଥା କ୍ରିକେଟ ଫିକ୍ସିରେ ଜଡିତ ବ୍ୟକ୍ତି ମାନଙ୍କ ପାଇଁ ତିହାର ଜେଲ ସବୁଠୁ ସୁରକ୍ଷୀତ ସ୍ଥାନ ବୋଲି କହିଛନ୍ତି ଲଣ୍ଡନ ହାଇକୋର୍ଟ । ଯେଉଁ କାରଣରୁ ଭାରତରୁ ଋଣ ନେଇ ବିଦେଶ ପଳାଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଅଡୁଆ ବଢିଯାଇଛି । ବିଜୟ ମାଲ୍ୟା ଅତିଶିଘ୍ର ଭାରତ ଫେରି ତିହାର ଜେଲରେ ରହିବେ ବୋଲି ଆଶା କରାଯାଇଛି ।
ଖାଲି ସେତିକି ନୁହେଁ କ୍ରିକେଟ ଫିକ୍ସିଂରେ ଜଡିତ ଥିବା ସଞ୍ଜିବ ଚାୱଲାଙ୍କ ପାଇଁ ମଧ୍ୟ ଏହା ଚିନ୍ତା ବଢାଇଛି । ଅପରାଧିକ ମାମଲା ତଥା ଋଣ ମାମଲା ଜଡିତ ଥିବା ବ୍ୟକ୍ତି ମାନେ ବିଟେନରେ ବସବାସ କରୁଥିବା କାରଣରୁ ସେମାନଙ୍କୁ ଭାରତ ସରକାରଙ୍କ ତରଫରୁ ପଳାତକ ଘୋଷଣା କରାଯାଇଛି । ତେବେ ଏଭଳି ପଳାତକଙ୍କ ରହିବା ପାଇଁ ଦିଲ୍ଲୀ ସ୍ଥିତ ତିହାର ଜେଲ ସୁରକ୍ଷୀତ ବୋଲି ଲଣ୍ଡନ ହାଇକୋର୍ଟ ରୁଲିଂରେ ଦର୍ଶାଇଛନ୍ତି । ତେବେ ଏନେଇ ତିହାର ଜେଲର ପରିସ୍ଥିତି କିଭଳି ରହିଛି ସେ ବିଷୟରେ ଏକ ଭିଡିଓ ଲଣ୍ଡନ ହାଇକୋର୍ଟଙ୍କ ତରଫରୁ ଭାରତ ସରକାରଙ୍କୁ ମଗା ଯାଇଥିଲା । ତେବେ ଭାରତ ସରକାର ମଧ୍ୟ ଲଣ୍ଡନ ହାଇକୋର୍ଟଙ୍କୁ ତିହାର ଜେଲର ଏକ ଭିଡିଓ ପ୍ରଦାନ କରିଛନ୍ତି । ଏହାକୁ ଦେଖିବା ପରେ ଲଣ୍ଡନ ହାଇକୋର୍ଟର ବିଚାରପତି ଜଷ୍ଟିସ ଲେଗାଟ୍ଟା ଓ ଜଷ୍ଟିସ ଡିଙ୍ଗେମାନ୍ସ ତିହର ଜେଲକୁ ସୁରକ୍ଷିତ ବୋଲି କହିଛନ୍ତି ।
ବିଶେଷ କରି କ୍ରିକେଟ ଫିକ୍ସିଂରେ ଜଡିତ ସଞ୍ଜିବ ଚାୱଲା ତିହାର ଜେଲରେ ରହିଲେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ରହିବନି ବୋଲି ହାଇକୋର୍ଟ କହିଛନ୍ତି । ତେବେ ଏହାର ପ୍ରଭାବ ସିଧାସଳଖ ବିଜୟ ମାଲ୍ୟାଙ୍କ ଉପରେ ପଡିବ ବୋଲି ଜଣାପଡିଛି । ସଞ୍ଜିବଙ୍କ ଭାରତ ପତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ତରଫରୁ କୋର୍ଟରେ ଆବେଦନ କରାଯିବ । ଏହାସହ ବିଜୟ ମାଲ୍ୟା ଭାରତ ଆସିବେ କି ନାହିଁ ସେନେଇ ଆସନ୍ତା ଡିସେମ୍ବର ୧୦ ତାରିଖରେ ଶୁଣାଣି ହେବ ବୋଲି ଜଣାପଡିଛି ।