ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ପାଇଁ ସନ୍ତୁଳି ହେଉଛି । ଭାରତ ମଧ୍ୟ କରୋନା ପାଇଁ ୨୧ ଦିନ ଲକ ଡାଉନରେ ରହିଛି । ଏବେ ସମସ୍ତେ ଘରେ ନିଜ ପରିବାର ସହିତ ରହିଛନ୍ତି । ତେବେ ଏହି ଭିତରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗ୍ୟାସ ଜରୁରୀ ହୋଇ ପଡିଛି ଲୋକଙ୍କ ପାଇଁ । ତେବେ ଉପଭୋକ୍ତାଙ୍କୁ ଏବେ ଗ୍ୟାସ କିଣା ଶସ୍ତା ହୋଇଛି ।
୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି। ତେବେ ଏହି ଭଳି ଏକ ସମୟରେ ଗ୍ୟାସ ଦର ହ୍ରାସ ଦେଶବାସୀଙ୍କ ପାଇଁ ବେଶ ଲାଭ ଦାୟକ ହେବ ।