ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା କାଲି ଏ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଲାଗିବ । ଏହି ଚନ୍ଦ୍ର ଗ୍ରହଣ ଭାରତର ସବୁ ରାଜ୍ୟରେ ଦୃଶ୍ୟମାନ ହେବ । କେବଳ ଭାରତ ନୁହେଁ ୟୁରୋପ,ଏସିଆ,ଅଷ୍ଟ୍ରେଲିଆ,ଆଫ୍ରିକା,ଦକ୍ଷିଣ ଆମେରିକା ପରି ମହା ଦେଶରେ ମଧ୍ୟ ଏହା ଦୃଶ୍ୟମା ହେବ । ୧୬ ତାରିଖ ରାତି ୧ଟା ୩୧ ରୁ ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ ।
ସେହିଭଳି ଚନ୍ଦ୍ରଗ୍ରହଣ ପାଇଁ ପୂଜା ବିଧିରେ ମଧ୍ୟ ପରିବତ୍ତନ ରହିଛି । ହିନ୍ଦୁ ରୀତିନୀତି ଅନୁସାରେ ମଙ୍ଗଳବାର ଅର୍ଥାତ ୧୬ ତାରିଖ ଦିନ ଅପରାହ୍ନ ୪.୩୦ ପରଠାରୁ ସମସ୍ତ ଦେବ ନୀତି ବନ୍ଦ ରହିବ । ବୁଧବାର ସକାଳୁ ସ୍ନାନ ପରେ ପୁଜାବିଧି କରିପାରିବେ ଏବଂ ନୁତନ ରନ୍ଧା ଖାଦ୍ୟ ଗ୍ରହଣ କରିପାରିବେ । ଏହି ସମୟ ମଧ୍ୟରେ ସମସ୍ତ ଦେବାଳୟ ବନ୍ଦ ରହିବ ।