ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନକି ବାତ ୬୭ ତମ ସଂସ୍କରଣରେ ମୋଦି ଦେଶବାସୀଙ୍କୁ ଏଥର ଏକ ନୂଆ ସଂକଳ୍ପ ନେବାକୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦି କହିଛନ୍ତିି ଏଥର ଅଗଷ୍ଟ ୧୫ ରେ ପରିସ୍ଥିତି ଭିନ୍ନ ରହିବ । ଏହି ଅବସରରେ ମୋଦି ଦେଶବାସୀଙ୍କୁ କହିଛନ୍ତି ଏଥର ଅଗଷ୍ଟ ପନ୍ଦରରେ ଆମେ ସଂକଳ୍ପ ନେବା କିଭଳି ମହାମାରୀରୁ ମୁକ୍ତି ମିଳିବ ।
ସେହିଭଳି ଆହୁରି ମଧ୍ୟ କହିଛନ୍ତି ଆତମନିର୍ଭର ଶୀଳ ହେବା, ନିଜକାମ ନିଜେ କରିବା, କିଛି ନୂଆ କରିବା ନୂଆ ଶିଖିବା ଓ ଅନ୍ୟକୁ ଶିଖାଇବାର ସଂକଳ୍ପ ନେବାକୁ ପଡିବ ବୋଲି ସେ କହିଛନ୍ତି । ସେହିଭଳି ଲୋକମାନ୍ୟ ତିଳକଙ୍କୁ ମଧ୍ୟ ମନେ ପକାଇଥିଲେ । ଦେଶ ପାଇଁ ତାଙ୍କର ଅବଦାନ ଓ ବଳିଦାନକୁ ସେ ମନେ ପକାଇଥିଲେ ।