ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପୁଣି ଲେଉଟିଛି କରୋନା କୋପ । ଅନେକ ରାଜ୍ୟରେ ସ୍ଥିତି ଗମ୍ଭୀର ହେବାକୁ ଲାଗିଲାଣି । କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ତିନୋଟି ସହର ତଥା ଭୋପାଳ, ଇନ୍ଦୌର ଏବଂ ଜବଲପୁରରେ ଶନିବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଅବସରରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସବୁକିଛି ବନ୍ଦ ରହିବ ।
ଲକଡାଉନ ଘୋଷଣା ହେବା ପରେ ଆଜି ସକାଳୁ ମଧ୍ୟପ୍ରଦେଶର ତିନୋଟି ସହର ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଇଛି । ସହରର ବାହାର ସୀମା ସମେତ ସହର ଭିତରେ ମଧ୍ୟ ପୋଲିସ ପାଖାପାଖି ୧୨୮ ଟି ସ୍ଥାନରେ ବ୍ୟାରିକେଡିଂ କରିଛି । ସହରରେ କେବଳ ହସ୍ପିଟାଲ ଦୋକାନ ଗୁଡିକ ହିଁ ଖୋଲା ରହିଛି ।