ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶରେ କରୋନା ମାମଲାରେ ହ୍ରାସ ଘଟିବା ପରେ ଏବେ ଜୁନ୍ ୧ ରୁ ରାଜ୍ୟକୁ ଅନଲକ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଘୋଷଣା କରିଛନ୍ତି । ସେ କହିଛନ୍ତି କି , ନିୟନ୍ତ୍ରଣକୁ ଆସିଛି କରୋନା ଏବଂ ଜୁନ୍ ୧ ରୁ ରାଜ୍ୟକୁ ଅନଲକ କରିବା ପ୍ରକ୍ରିୟା ଆରମ୍ଭ କରାଯିବ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କି, ରାଜ୍ୟରେ ପଜିଟିଭ ହାର ହ୍ରାସ ହୋଇ ୫ ପ୍ରତିଶତରୁ କମ ହୋଇଛି । ମେ ୧୦ ରେ ଯେଉଁ ପଜିଟିଭ ହାର ୧୫.୭୯ ପ୍ରତିଶତ ଥିଲା । ସେଥିରେ ହ୍ରାସ ଘଟିଥିବାର ଦେଖିବାକୁ ମିଳିଛି । ରାଜ୍ୟରେ ଲଗାତର ଭାବେ ପଜିଟିଭ ହାତ ହ୍ରାସ ପାଉଛି ।