ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଦିନ ଧରି ଓଡିଶା –ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ବିବାଦ ଲାଗିରହିଛି । ତେବେ ଆଜି ଟ୍ରିବ୍ୟୁନାଲରେ ଏହି ବିବାଦକୁ ନେଇ ଶୁଣାଣି ହୋଇଛି ଏବଂ ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧କୁ ଟ୍ରିବ୍ୟୁନାଲ ଧାର୍ଯ୍ୟ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ମହାନଦୀକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ସଦସ୍ୟ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିଛନ୍ତି । ଟ୍ରିବ୍ୟୁନାଲଙ୍କ ପାଖରେ ଉଭୟ ରାଜ୍ୟ ନିବେଦନ କରିଛନ୍ତି କି ପ୍ରକଳ୍ପ ସମ୍ପର୍କରେ ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ।
ତେଣୁ ଦ୍ୱିତୀୟ ପର୍ଯ୍ୟ।ୟ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଟ୍ରିବ୍ୟୁନାଲ ଅନୁମତି ପ୍ରଦାନ କରନ୍ତୁ । ଟ୍ରିବ୍ୟୁନାଲ ଏଥିରେ ନିଜର ସମ୍ମତି ପ୍ରଦାନ କରିବା ସହ ଜାନୁଆରୀ ମାସରେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହା ସହ ଟ୍ରିବ୍ୟୁନାଲ ଦୁଇଜଣ ଆସେସରଙ୍କୁ ନିଯୁକ୍ତି ମଧ୍ୟ କରିଛନ୍ତି । ତେବେ ଜାନୁଆରୀ ୧୪ରେ ପ୍ରଥମେ ଛତିଶଗଡ ଓଡିଶା ଆସି କ୍ଷେତ୍ର ପରିଦର୍ଶନରେ କରିବେ ଏବଂ ପରେ ଓଡିଶା ଜାନୁଆରୀ ୧୬ରେ ଛତିଶଗଡ ଯାଇ ପ୍ରକଳ୍ପ ପରିଦର୍ଶନ କରିବେ । ପରିଦର୍ଶନ ପରେ ସମସ୍ତ ପ୍ଲିଡିଂକୁ ଫେବୃଆରି ୧ତାରିଖ ସୁର୍ଦ୍ଧା ସମାପ୍ତ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଟ୍ରିବ୍ୟୁନାଲ ନିଜର ପରବର୍ତ୍ତୀ ଶୁଣାଣି ଫେବୃଆରି ୧ତାରିଖ କରିବେ ବୋଲି ଜଣାପଡିଛି ।