ମହାରାଷ୍ଟ୍ର(ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ସରକାର ଆସନ୍ତା ୧ ମଇରୁ ରାଜ୍ୟରେ ଏନପିଆର ଲାଗୁ କରିବେ । ମାଇ ୧ରୁ ଜୁନ ୧୫ ମଧ୍ୟରେ ଏନପିଆର ଦ୍ୱାରା ସମସ୍ତ ତଥ୍ୟ ଏକାଠି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି ନିର୍ଦ୍ଦେଶ ମିଳିବା ପରେ ମହାରାଷ୍ଟ୍ର ରେଜିଷ୍ଟାର ଜେନେରାଲ ପକ୍ଷରୁ ଏନପିଆର ଓ ଜନଗଣନାକୁ ନେଇ ଗତ ଫେବୃଆରି ୬ ତାରିଖରେ ଏକ ବୈଠକ ବସିଥିଲା ।
ଏହି ପ୍ରକ୍ରିୟା ଲାଗୁ କରିବା ପାଇଁ ୩.୩୪ ଲକ୍ଷ କର୍ମଚାରୀ ମୁତୟନ କରାଯାରାଛି । ସୂଚନା ଯୋଜ୍ୟ ସାରା ଦେଶରେ ସିଏଏ, ଏନଆରସି ଓ ଏନପିଆରକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହେବା ପରେ ବହୁ ହିଂସା ଦେଖାଯାଇଥିଲା । ଏର୍ଯ୍ୟନ୍ତ ଏହି ଆଇନକୁ ନେଇ ତୁମ୍ବିତୋଫାନ ଦେଖାଯାଉଛି । ଏହାରି ଭିତରେ ଉଦ୍ଧବ ସରକାର ଏନପିଆର ଲାଗୁ କରିବାକୁ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ଦ୍ୱାରା ମହାରାଷ୍ଟ୍ରରେ ହୋଇଥିବା ମହାମେଣ୍ଟ ସରକାର ଉପରେ କିଭଳି ପ୍ରଭାବ ପକାଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି ।
ସାରା ଦେଶରେ ଏହି ଆଇନକୁ କଂଗ୍ରେସ ବିରୋଧ କରୁଥିବା ବେଳେ ମହାରାଷ୍ଟ୍ରର ମହାମେଣ୍ଟ ଥିବା କଂଗ୍ରେସ ଏହି ନିଷ୍ପତିକୁ ବିରୋଧ କରିବ କି ନାହିଁ ତାହା ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଅନ୍ୟତମ ମେଣ୍ଟ ଦଳ ଏନସିପି ପକ୍ଷରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏହାକୁ ବିରୋଧ କରାଯାଇନଥିଲେ ମଧ୍ୟ ସମର୍ଥନ ମଧ୍ୟ କରାଯାଇନାହିଁ ।