ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ବିଜେପି ସରକାର ଗଢିବା ପରେ ଶିବସେନା, ଏନସିପି ଓ କଂଗ୍ରେସ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ତେବେ ୩ ଦିନ ହେଲା ଏହି ରାୟ ଉପରେ ସାରା ଦେଶର ନଜର ରହିଥିଲା । ତେବେ ଏହି ମହାନାଟକରେ ଆଜି ଚୂଡାନ୍ତ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।
ଗତକାଲି ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାରେ ଆଜି ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ରାୟରେ କହିଛନ୍ତି ସଂସଦୀୟ ବ୍ୟାପରରେ କୋର୍ଟର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ଆସନ୍ତାକାଲି ପ୍ଲୋର ଟେଷ୍ଟ କରାଯିବ । ଯାହାର ସିଧା ପ୍ରସାରଣ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।