ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ । ସାରା ଦେଶରେ ସରକାରୀ ଓ ବେସରକାରୀ ସ୍ତରରେ ପାଳିତ ହେଉଛି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ବାପୁ ନିଜର ଆଦର୍ଶ ଓ ଅହିଂସାର ବାର୍ତ୍ତା ପାଇଁ ସାରା ବିଶ୍ୱରେ ପରିଚିତ । ଦେଶ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ଦେଇଥିଲେ । ଅହିଂସାର ମାର୍ଗ ଦେଇ କିଭଳି ଦେଶକୁ ପରାଧୀନର ଅନ୍ଧକାରରୁ ସ୍ୱାଧୀନତାର ଆଲୋକ ଦେଖେଇବେ ସେ ନେଇ ପୂରା ଜୀବନ ସଂଗ୍ରାମରେ କଟି ଯାଇଥିଲା । ଆଜି ସେଇ ମହାନାୟକଙ୍କ ୧୫୦ ତମ ଜନ୍ମ ଜୟନ୍ତୀରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା ତଥ୍ୟ ।
୧. ଗାନ୍ଧୀଙ୍କ ଜୀବନର ଶେଷ ଅନଶନ ରହିଥିଲା ୧୩ ଜାନୁଆରି ୧୯୪୮ ରେ ୧୧.୫୫ ରେ ଆରମ୍ଭ ହୋଇଥିଲା
୨. ମହାତ୍ମା ଗାନ୍ଧୀଙ୍କର ଅନ୍ତିମ ଯାତ୍ରା ୮ କିଲୋମିଟର ରହିଥିଲା
୩. ୫ ଥର ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ନାମାଙ୍କନ କରାଯାଇଥିଲା
୪. ପୁରା ଜୀବନକାଳ ମଧ୍ୟରେ ବାପୁ କେବେ ରାଜନୈତିକ ପଦପଦବୀରେ ରହି ନାହାନ୍ତି ।
୫. ଗାନ୍ଧୀଙ୍କର ଶେଷ ଭୋଜନ ରହିଥିଲା ଦିନ ସାଢେ ୧୦ ଟା
୬. ଗାନ୍ଧୀଙ୍କ ନାଁରେ ଭାରତରେ ୫୩ଟି ଏବଂ ବିଦେଶରେ ୪୮ଟି ମୂଖ୍ୟ ରାସ୍ତା ରହିଛି ।
୭. ଗାନ୍ଧିଜୀଙ୍କ ମୃତ୍ୟୁର ୨୧ ବର୍ଷ ପରେ ଇଂରେଜ ସରକାର ବାହାର କରିଥିଲେ ଗାନ୍ଧିଜୀଙ୍କ ଷ୍ଟାମ୍ପ