ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ପହଁଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ । କିଛି ସମୟର ପୂର୍ବରୁ ତାଙ୍କ ବିମାନ ଚେନ୍ନାଇରେ ଅବତରଣ କରିଛି । ସେଠାରେ ତାମିଲନାଡୁର ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଇ ପଲାନିସାମୀ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଏହାପରେ ତାଙ୍କର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଜିର ବୈଠକ ପରେ ଦୁଇ ନେତା ପୁନର୍ବାର ଶନିବାର ସାକ୍ଷତ କରିବେ । ଏହାପରେ ସି ଜିନପିଙ୍ଗ ନେପାଳ ଅଭିମୁଖେ ଯାତ୍ରା କରିବେ ।
ଜିନପିଙ୍ଗ୍ ଏବଂ ନରେନ୍ଦ୍ର ମୋଦିଙ୍କ ଏହା ଦ୍ୱିତୀୟ ଅନୌପଚାରିକ ସାକ୍ଷାତ । ଦୁହିଁଙ୍କ ମଧ୍ୟରେ ଏଭଳି ସାକ୍ଷତକାର ଗତବର୍ଷ ଚୀନ ର ବୁହାନ ରେ ହୋଇଥିଲା । ଏହି ବୈଠକରେ ଫଳାଫଳ ଏପରି ଥିଲା, ୨୦୧୭ ଡୋକଲାମ ବିବାଦ ପରେ ଦୁଇ ଦେଶର ସମ୍ବନ୍ଧ ସାମାନ୍ୟ ହୋଇଯାଇଥିଲା ।
ସରକାରୀ ସୂତ୍ର ଅନୁଯାୟୀ, ଏହି ବୈଠକରେ ମ୍ୟୁଖତଃ ଉଚ୍ଚ ସ୍ତର ସମ୍ବନ୍ଧରେ ଏବଂ ଆତଙ୍କବାଦୀ ଏବଂ ସୀମା ବିବାଦ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।