କୋଲକାତା(ଏଟିଆର ବ୍ୟୁରୋ): ସିଏଏକୁ ଆରମ୍ଭରୁ ବିରୋଧ କରି ଆସୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏକୁ ନେଇ ହେଉଥିବା ବିରୋଧୀ ଦଳ ବୈଠକରେ ଯୋଗ ଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ତାଙ୍କ ସମେତ ତାଙ୍କ ଦଳ ଟିଏସି ମଧ୍ୟ ଏହି ବୈଠକରେ ଯୋଗ ଦେବ ନାହିିଁ । ନାଗରିକତା ସଂଶୋଧନ ଆଇନକୁ ନେଇ ଜେଏନୟୁ (ଜବାହାରଲାଲ ନେହେରୁ ୟୁନିଭର ସିଟି)ରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଆସନ୍ତା ୧୩ ତାରିଖରେ ନୂଆଦିଲ୍ଲୀରେ ଏକ ବୈଠକ ହେବ ।
ଯେଉଁଥିରେ ସିଏଏକୁ ବିରୋଧ କରୁଥିବା ବିଭିନ୍ନ ଦଳ ଯୋଗ ଦେବେ । ତେବେ ଏଥିରେ ମମତାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ହେଲେ ମମତା ଏଥିରେ ଯୋଗଦେବେ ନାହିଁ ବୋଲି ସିଧାସିଧା ମନା କରି ଦେଇଛନ୍ତି । ସେ ସିଏଏକୁ ମିଳିତ ଭାବେ ନୁହେଁ ବରଂ ଏକା ବିରୋଧ କରିବେ ବୋଲି ସୂଚନା ଦେଇଛନ୍ତି । ଗତକାଲି ଭାରତ ବନ୍ଦ ବେଳେ ଯେଉଁଭଳି ଭାବେ ହିଂସା ଦେଖା ଦେଇଥିଲା ତାକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।