କୋଲକାତା ( ଏଟିଆର ବ୍ୟରୋ) : ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତି ଅନୁମୋଦନ ଦେଲା ପରେ ଏବେ ପୂର୍ବଉତ୍ତର ଭାରତରେ ବିରୋଧ ଦେଖିବାକୁ ମିଳୁଛି । ପ୍ରଥମେ ଆସାମରେ ଏହି ବିରୋଧ ଦେଖା ଦେଇଥିବା ବେଳେ ଏବେ ସେଠାରେ ପରିସ୍ଥିତି ଟିକେ ସୁଧାର ପଡିଥିବା ବେଳେ ପଶ୍ଚିମବଙ୍ଗରେ ଏହି ଆଇନକୁ କଡା ବିରୋଧ କରାଯାଉଛି । ଯାହାର ହିଂସାତ୍ମକ ରୂପ ଗତକାଲି ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗରେ ଥୁଆ ହୋଇଥିବା ୫ ଟି ଟ୍ରେନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଥିଲେ ।
ତେବେ ଆଜି ଏହି ଆଇନକୁ ବିରୋଧ କରି ଟିଏମସି ପକ୍ଷରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି । ଏନେଇ ମମତା ଏକ ଟ୍ୱିଟ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି ଅସାମ୍ବିଧାନିକ ସିଏବି ବିଲ ଓ ଏନଆରସି ବିରୋଧରେ ପ୍ରତିବାଦ କରିବାକୁ ଆଜି ଏକ ବିଶାଳ ରାଲି କରାଯିବ । ଆଜି ଦିନ ୧ ଟା ବେଳେ ରେଡ ରୋଡ ସ୍ଥିତ ବାବା ଆମ୍ବେଦକରଙ୍କ ମୂର୍ତ୍ତି ପାଖରୁ ଏହି ରାଲି ବାହାରି ଡାକୁରବାଡି ନିକଟରେ ଶେଷ ହେବ ।
ସୂଚନାଯୋଗ୍ୟ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍ ହେବାର ଗୋଟେ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ କୁ ମଞ୍ଜୁର ଦେଇଛନ୍ତି । ଏହି ବିଲ୍ ଏବେ ଆଇନ୍ ହେବା ସହ ପାକିସ୍ତାନ, ଆଫଗାନିସ୍ତାନ ତଥା ବାଲାଂଦେଶର ଅଳ୍ପସଂଖ୍ୟକ ଶରାଣାର୍ଥୀଙ୍କୁ ଭାରତୀୟ ନାଗରିକା ଦେବାର ରାସ୍ତା ସଫା ହୋଇଯାଇଛି । ବିପକ୍ଷ ଦଳର କଡା ବିରୋଧ ପରେ ବି ସରକାରଙ୍କ ପକ୍ଷରୁ ପ୍ରଥମେ ଲୋକସଭାରେ ଏବଂ ପରେ ରାଜ୍ୟ ସଭାରେ ଏହି ପାସ୍ କରାଯାଇଥିଲା ।