ପୁରୀ(ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଅର୍ଥାତ୍ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ କାଲି ଭାରତ ଆସୁଛନ୍ତି । ତାଙ୍କ ସ୍ୱାଗତ ପାଇଁ ପୁରା ଭାରତରେ ଲୋକ ଉତ୍ସାହିତ ଅଛନ୍ତି ।
ଟ୍ରମ୍ଫଙ୍କ ଆଗମନ ପାଇଁ ଓଡ଼ିଶାରୁ ମଧ୍ୟ ଶୁଭେଚ୍ଛା ସୁଅ ଛୁଟିଲାଣି । ଅନ୍ତରାଷ୍ଟ୍ରିୟ ବାଲୁକା ଶିଲ୍ପୀ ମାନସ କୁମାର ସାହୁ ଆଜି ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କିର୍ତ୍ତୀ କରିଛନ୍ତି । ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ଫ ଯୋଗଦେବେ ଏଥିପାଇଁ ମାନସ ବାଲୁକା ମାଧ୍ୟମରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମାନସ ପୁରୀ ବେଳାଭୂମିରେ ୧୫ଟନ ବାଲିରେ ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ଫଙ୍କ ଆକୃତି କରିଛନ୍ତି । ଏଥି ସହିତ ‘’ ବୋଲି ବାଲିରେ ଲେଖି ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଟ୍ରମ୍ଫଙ୍କ ଭାରତ ଆଗମନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ପୂର୍ବ ନିର୍ଦ୍ଧାରଣ କାର୍ଯ୍ୟକ୍ରମ ଅନୁଯାଇ ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ସମେତ ଅହମଦାବାଦ ଗସ୍ତ କରିବେ । ସେଥିପାଇଁ ଅହମଦାବାଦର ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।