ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂତନ ଗାଇଡଲାଇନ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ନୂତନ ଗାଇଡଲାଇନ୍ । ଏଣିକି ବିଦେଶ ଫେରନ୍ତାଙ୍କୁ ଆଉ ୭ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ପଡିବ ନାହିଁ । ଚଳିତମାସ ୧୪ ତାରିଖରୁ ଲାଗୁ ହେବ ନୂତନ ଗାଇଡଲାଇନ୍ । ଏହାସହିତ ବର୍ତ୍ତମାନ ବିଦେଶର ଫେରୁଥିବା ଯାତ୍ରୀ ନିଜ ସ୍ୱାସ୍ଥ୍ୟ ଉପରେ ୧୪ ଦିନ ନଜର ରଖିବା ଆବଶ୍ୟକ । ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ନିଜକୁ ସଙ୍ଗରୋଧରେ ରଖିବେ ।
ଅନ୍ୟପଟେ ଅଧିକ ସଂକ୍ରମିତ ଦେଶ ଗୁଡିକରୁ ମଧ୍ୟ ହାଇ ରିସ୍କ ଟ୍ୟାଗ ହଟାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକମ୍ରଣ ହ୍ରାସ ପାଉଛି ଗତ ୨୪ ଘଣ୍ଟାରେ ୬୭୦୮୪ ନୂତନ ମାମଲା ସାମ୍ନାକୁ ଆସିଛି ।