ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନରେ ଆତଙ୍କୀ ବିରୋଧ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ସମେତ ସମସ୍ତ ଅନ୍ତରାଷ୍ଟ୍ରୀୟ ଦେଶ ଦାବି କରୁଛନ୍ତି । ଏହାପରେ ମଧ୍ୟ ପାକିସ୍ତାନ ସୁଧୁରିବାର ନା ଧରୁନି । ସେ ତାର କୂଟନୀତି ଦେଖାଉଛି । ଜମ୍ମୁ-କଶ୍ମରୀ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ କାଫିଲା ଉପରେ ହୋଇଥିବା ଆତ୍ମଘାତୀ ହମଲାର ଦାୟିତ୍ୱ ଜୈଶ-ଏ-ମୋହମ୍ମଦ ନେଇଛନ୍ତି । ମସୁଦ ଅଜହର ଉପରେ କାର୍ଯ୍ୟକାରୀ କରିବାର ପ୍ରଶ୍ନ ଉପରେ ଭାରତକୁ ପ୍ରମାଣ ମାଗିଛି ପାକିସ୍ତାନ ।
ଏବେ ମସୁଦ ଅଜହର ପାକିସ୍ତାନରେ ଅଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି ସ୍ୱୀକାର କରିଛନ୍ତି । ସେ ଏକ ଇଣ୍ଟରଭ୍ୟୁ ଜରିଆରେ କହିଛନ୍ତି କି ତାଙ୍କ ପାଖରେ ଯାହା ବି ସୂଚନା ରହିଛି ସେହି ଅନୁଯାୟୀ ଅଜହର ପାକିସ୍ତାନରେ ଅଛି ଏବଂ ତାର ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ଅଛି ।
ଯେତେବେଳେ ପାକିସ୍ତାନ ମସୁଦ ଅଜହରକୁ ଗିରଫ କରିବା କଥା ଇଣ୍ଟରଭ୍ୟୁରେ କୁରେଶୀଙ୍କୁ ପଚାରାଗଲା । କୁରେଶୀ ଏହାର ଉତ୍ତର ଦେଇ କହିଥିଲେ କି ଯଦି ଭାରତ ପାଖରେ ପ୍ରମାଣ ଅଛି ତେବେ ତାହା ସେୟାର କରାଯାଉ, ଯାହାଫଳରେ ପାକିସ୍ତାନ ଲୋକ ଏବଂ ନ୍ୟାୟାଳୟକୁ ସନ୍ତୁଷ୍ଟ କରାଯାଇ ପାରିବ ।
ରିପୋର୍ଟ ମୁତାବକ ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନକୁ ଏକ ନଥିପତ୍ର ହସ୍ତାନ୍ତର କରାଇଛି ଭାରତ । ଯେଉଁଥିରେ ଏହି ହମଲା ପଛରେ ଜୈଶ-ଏ-ମୋହମ୍ମଦ ର ହାତ ଥିବା ପ୍ରମାଣ ରହିଛି । ଏହାପରେ ବି ଆତଙ୍କୀ ସଂଗଠନ ନଜେ ହମଲାର ଦାୟିତ୍ୱ ନେଇଛି । କିନ୍ତୁ ଏତେ ସବୁ ଜାଣିକି ବି ପାକିସ୍ତାନ ପ୍ରମାଣ ଦାବି କରୁଛି ।
ଜମ୍ମୁ-କଶ୍ମୀର ପୁଲୱାମା ହମଲାରେ ୪୦ ଯବାନ ସହୀଦ ହୋଇଥିଲେ । େଯେତେବେଳେ ଏହି ହମଲା ହୋଇଥିଲା ତାପରେ ଆତ୍ମଘାତୀ ଆକ୍ରମଣ କରାଇଥିବା ଅହମଦ ଡାର ର ଏକ ଭିଡିଓ ଜୈଶ ଜାରି କରାଇଥିଲା । ହମଲା କରିବା ପୂର୍ବରୁ ଭିଡିଓଟି ହୋଇଥିଲା । ଭିଡିରେ ଆଦିଲ ନିଜକୁ ଜୈଶର ଲୋକ ବୋଲି କହୁଥିବାର ଦେଖିବାକୁ ମିଳିଥିଲା ।