ମୁମ୍ବାଇ(ଏଟିଆର ବ୍ୟୁରୋ): କ୍ରିକେଟ କଥା ମନକୁ ଆସିଲେ ମାନେ ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଆସେ ସଚିନ ତେନ୍ଦୁଲକର । ଆଜି ହେଉଛି ସାରା ବିଶ୍ୱବାସୀଙ୍କ ମନରେ ରାଜ କରୁଥିବା ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ । ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ଏକ ମଧ୍ୟମିତ ପରିବାରରେ ଜନ୍ମଗ୍ରହଣ କରନ୍ତି ଏହୀ ମହାନ୍ ବ୍ୟାଟ୍ସମ୍ୟାନ । ଆଜିର ଦିନରେ ସେ ୪୭ ବର୍ଷରେ ପାଦ ଥାପିଛନ୍ତି । ମାତ୍ର ୧୬ ବର୍ଷ ବୟସରେ ସଚିନ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।
ସେ ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚରେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେହି ବର୍ଷ ଡିସେମ୍ବର ମାସରେ ପ୍ରଥମ କରି ସେ ଦିନିକିଆ ମ୍ୟାଚ ଖେଳିଥିଲେ । ସେବେ ଠାରୁ ଦୀର୍ଘ ୨୪ ବର୍ଷ ଠାରୁ ଅଧିକ ସମୟ ଧରି ସେ ଭାରତୀୟ ଦଳରେ କ୍ରିକେଟ ଖେଳିଥିଲେ । ଅବସର ନେବା ଭିତରେ ସଚିନ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁ ଥିରେ ସେ ୧୫,୯୨୧ ରନ କରିଥିବା ବେଳେ ୫୧ଟି ଶତକ କରିଛନ୍ତି ।
ସେହିପରି ୪୬୩ଟି ଦିନିକିଆ ମ୍ୟାଚ ଖେଳି ୧୮,୪୨୬ ରନ କରିଥିବା ବେଳେ ୪୯ଟି ଶତକ କରିଛନ୍ତି । ସେହିଭଳି ମାତ୍ର ଗୋଟିଏ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳି ସଚିନ ୧୦ ରନ କରିଛନ୍ତି । ତେବେ ନଭେମ୍ବର ୧୩ ତାରିଖ ୨୦୨୧ରେ ସଚିନ ତଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳି କ୍ରିକେଟକୁ ବାୟ ବାୟ କହିଥିଲେ । ତେବେ ସଚିନଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୩୪, ୩୫୭ ରନ ରହିଛି ।
As the Master Blaster @sachin_rt turns 47, we relive one of his glorious knocks against England in 2008.
He dedicated this ton – 41st in Test cricket, to the victims of 26/11 Mumbai terror attack.
Here's wishing the legend a very happy birthday 🍰 🎁 🎂 #HappyBirthdaySachin pic.twitter.com/dgBdlbCtU7
— BCCI (@BCCI) April 23, 2020
ସଚିନ ତାଙ୍କ କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ କରିଛନ୍ତି । ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ ରନ । ଏହି ମ୍ୟାଚରେ ସଚିନ ୧୪୭ ଟି ବଲ ଖେଳି ୨୦୦ ରନ କରିବା ସହ ନଟଆଉଟ ରହିଥିଲେ । ଏହା ସହ ଏହା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପ୍ରଥମ ଦ୍ୱିଶତକ ଥିଲା । ସଚିନ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ତମ ଶତକ ମାରିଛନ୍ତି ।
ସଚିନ ଅବସର ନେବା ଭିତରେ ୬ଟି ବିଶ୍ୱକପ ଖେଳିଛନ୍ତି । ୨୦୧୧ ମସିହାରେ ଭାରତ ଜିତି ଥିବା ବିଶ୍ୱକପରେ ସଚିନ ତେନ୍ଦୁଲକର ଭାରତୀୟ ଦଳର ସାମିଲ ଥିଲେ । ତେବେ ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସର ପ୍ରଭାବ ପଡିଥିବାରୁ ସଚିନ ଏବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି ।