ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ପୂଣି ୧୯ ଦିନ ପାଇଁ ଲକ ଡାଉନ ଅବଧି ବୃଦ୍ଧି କରିଛନ୍ତି । ତେବେ ପ୍ରଥମ ପର୍ୟ୍ୟାୟ ଲକ ଡାଉନ ବେଳେ କେନ୍ଦ୍ର ସରକାର ସାଧାରଣ ଲୋକ ଦିନ ମଜୁରିଆଙ୍କୁ ଦୃଷ୍ଟିରେ ଣକି ପ୍ୟାକେଜ ଘୋଷଣା କରିଥିଲେ । ଯେଉଁଥିରେ ୧.୭ ଲକ୍ଷ ଟଙ୍କାର ଆର୍ଥିକ ପ୍ୟାକେଜ ରହିଥିଲା । ତେବେ ଏଥିରେ କେବଳ ସାଧାରଣ ଲୋକ ଉପକୃତ ହୋଇଥିଲେ । ମାତ୍ର ଶିଳ୍ପ ସଂସ୍ଥା, ଏସଏମଏମଇ ଭଳି ଦିଗ ପ୍ରତି ସରକାର ଦୃଷ୍ଟି ଦେଇ ନଥିଲେ । ମାତ୍ର ଦ୍ୱିତୀୟ ପର୍ୟ୍ୟାୟ ପ୍ୟାକେଜ ବେଳେ କେନ୍ଦ୍ର ସରକାର ଏହି ସବୁ ଦିଗକୁ ଦୃଷ୍ଟି ରଖି ପ୍ୟାଜେକ କରି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଏନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୁବଶୀଘ୍ର ଆଲୋଚନା କରି ପାରନ୍ତି । ଏମ୍ଏସ୍ଏମ୍ଇ ଲାଗି ସହଜ କ୍ରେଡିଟ ସୁବିଧା, ଖାଦ୍ୟ ଶସ୍ୟ ଯୋଗାଣ ଏବଂ ଗରିବଙ୍କ ବ୍ୟାଙ୍କ ଖାତାକୁ ପୁଣି ଥରେ ଅର୍ଥ ଯୋଗାଣ ନେଇ ସରକାର ପୁଣି ଥରେ ବିଚାର କରିପାରନ୍ତି । ସୂଚନାଯୋଗ୍ୟ ଦେଶରେ ୧୨୩୮୦ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୮ ଜଣ ସୁସ୍ଥ ହୋଇଛନ୍ତି ଓ ୪୧୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।