ୟୁପି ( ଏଟିଆର ବ୍ୟୁରୋ) : ଉତ୍ତରପ୍ରଦେଶର ଅପରାଧ ବୃଦ୍ଧି ଓ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ମୁହଁ ଖୋଲିଛନ୍ତି ବିଏସପି ଅଧ୍ୟକ୍ଷା ମାୟାବତୀ । ଏନେଇ ମାୟାବତୀ ଟ୍ୱିଟ କରି କହିଛନ୍ତି ୟୁପିରେ ଅପରାଧ ନିୟନ୍ତ୍ରଣ ଓ କାନୁନ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ଥ ହୋଇ ପଡିଛି । ଯାହାଫଳରେ ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି । ଯାହା ବଡ ଦୁଃଖ ର ବିଷୟ ବୋଲି ଜଣାଇଛନ୍ତି ମାୟାବତୀ ।
यूपी में अपराध नियंत्रण व कानून-व्यवस्था की बिगड़ी स्थिति के साथ-साथ सर्वसमाज की बहन- बेटियों की जान व इज्जत-आबरू के सम्बंध में अराजकता जैसी स्थिति अति-दुःखद व अति-चिन्ता का विषय। सरकारी दावों के विपरीत पूरे प्रदेश में हर प्रकार के जघन्य अपराधों की बाढ़ से जनता में त्राहि-त्राहि।
— Mayawati (@Mayawati) June 17, 2019
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ରାଜ୍ୟରେ ଅପରାଧୀଙ୍କ କବଳରୁ ରକ୍ଷା ପାଇବା ପାଇଁ ଜନତା ତ୍ରାହି ତ୍ରାହି ଡାକ ଦେଲେଣି । ସେହିଭଳି ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ଉଲ୍ଲେଖ କରିଛନ୍ତି ବିପିଏଲ ପରିବାର ଉପରେ ବିଜୁଳି ଶୁଳ୍କ ବୃଦ୍ଧି କରି ସରକାର ଗରିବଙ୍କୁ ବଡ ଝଟକା ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ବଡ ନିନ୍ଦନୀୟ । ଏହାକୁ ନେଇ ମାୟାବତୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
यूपी में अपराध नियंत्रण व कानून-व्यवस्था की बिगड़ी स्थिति के साथ-साथ सर्वसमाज की बहन- बेटियों की जान व इज्जत-आबरू के सम्बंध में अराजकता जैसी स्थिति अति-दुःखद व अति-चिन्ता का विषय। सरकारी दावों के विपरीत पूरे प्रदेश में हर प्रकार के जघन्य अपराधों की बाढ़ से जनता में त्राहि-त्राहि।
— Mayawati (@Mayawati) June 17, 2019
ସେ ପ୍ରଶ୍ନ କରିଛନ୍ତି ଲୋକସଭା ନିର୍ବାଚନ ପରେ ବିଜେପି ସରକାର ଏହିପରି ଭାବେ ୨୦ କୋଟି ଜନତାଙ୍କୁ ଆଘାତ ଦେବେ ? ବିଦ୍ୟୁତ ବୃଦ୍ଧି ସୌଭାଗ୍ୟକୁ ଦୁର୍ଭାଗ୍ୟ ଯୋଜନାରେ ପରିଣତ କରି ଦବନି ତ ବୋଲି ପ୍ରଶ୍ନ କରିଛନ୍ତି । ଏମିତି ଟ୍ୱିଟ କରି ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମାୟାବତୀ । ସୂଚନାଯୋଗ୍ୟ ନିର୍ବାଚନ ଫଳାପଲ ବାହାରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସେ ଯୋଗ୍ୟ ପ୍ରାର୍ଥୀ ବୋଲି ନିଜେ ଘୋଷଣା କରିଥିଲେ ।