ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧକୁ କିଏ ବା ଭୁଲିଛି । ଆଜି ବି ସେ ଯୁଦ୍ଧ ସମ୍ପର୍କରେ ମନେ ପଡିଗଲେ ମନେ ପଡିଯାଆନ୍ତି ଭାରତର ବୀର ସୈନ୍ୟ ଓ ଯୁଦ୍ଧରେ ଲାଗିଥବବା ଯୁଦ୍ଧ ବିମାନ ସମ୍ପର୍କରେ । କାରଗିଲ ଯୁଦ୍ଧିରେ ଅନେକ ଭାରତୀୟ ଯବାନ ନିଜର ବୀରତ୍ୱ ଦେଖାଇବା ସହ ସତୃପକ୍ଷକୁ ଧରାସାଇ କରିଥିଲେ । ଏହି ଯୁଦ୍ଧରେ ଭାରତ ପାଇଁ ବ୍ରହ୍ମାସ୍ତ୍ର ପାଲଟିଥିବା ବିମାନ ମିଗ- ୨୭ ଏବେ ଇତିହାସ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ସେ ତାର ଶେଷ ଉଡାଣ ଭରିବାକୁ ଯାଉଛି । କାଲଗିଲ ଯୁଦ୍ଧ ସମୟରେ ଏହି ଲଢୁଆ ବିମାନ ଭାରତୀୟ ସେନା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ଏହି କାରଣରୁ ଏହି ବିମାନକୁ ବାୟୁସେନା ପାଇଲଟ ମାନେ ‘ବହାଦୁର’ ନା’ରେ ଡାକନ୍ତି । ତେବେ ଶୁକ୍ରବାର ଦିନ ଅର୍ଥାତ ଆସନ୍ତା କାଲି ଏହାର ସାତଟି ଏୟାରକ୍ରାଫ୍ଟର ସ୍କ୍ୱାହନ ରାଜସ୍ଥାନର ଯୋଧପୁର ଏୟାରବେସରୁ ନିଜର ଶେଷ ଉଢାଣ ଭରିବେ । ଏନେଇ ପ୍ରତିରକ୍ଷା ମୁଖ୍ୟପାତ୍ର କର୍ଣ୍ଣେଲ ସମ୍ବିତ ଘୋଷଣା କରିଛନ୍ତି । କର୍ଣ୍ଣେଲ ସମ୍ବିତ କହିଛନ୍ତି ସାତଟି ଯାକ ବିମାନ ଆସନ୍ତାକାଲି ଅବସର ଗ୍ରହଣ କରିବେ । ତେବେ ଅବସର ନେବା ପରେ ଦେଶର କୌଣସି ସ୍ଥାନକୁ ଏହି ବିମାନଗୁଡିକ ଭରିପାରିବେ ନାହିଁ । ତେବେ ବାୟୁସେନାର ଜଣେ ଅଧିକାରୀ ନିଜ ନା’ ଗୋପନୀୟ ରଖି କହିଛନ୍ତି, ଯୋଧପୁରରେ ଥିବା ମିଗ-୨୭ର ସ୍କ୍ୱାଡଡ଼ ହିଁ ଦେଶର ଶେଷ ସ୍କ୍ୱାଡନ ।
ଏହା ଆସନ୍ତାକାଲି ନିଜର ଶେଷ ଉଡାଣ ଭରିସାରିବା ପରେ ନା କେବଳ ଏହା ଭାରତ ପାଇଁ ଇତିହାସ ହେବ ତାହା ନୁହେଁ ଏହା ସମଗ୍ର ବିଶ୍ୱର ଶେଷ ଉଡାଣ ହେବ । କାରଣ ଏହି ମିଗ -୨୭ ବିମାନକୁ ଏବେ ବିଶ୍ୱର କୌଣସି ଦେଶ ବ୍ୟବହାର କରୁନାହାନ୍ତି । ତେବେ କର୍ଣ୍ଣଲ ସମ୍ବିତ ଘୋଷ କହିଛନ୍ତି ଅବସର ନେବା ପରେ ବିମାନଗୁଡିକର କଣ କରାଯିବ ତାହା ଉପରେ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ନିଆଯାଇନି ।