ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ୧୪୩ତମ ଜୟନ୍ତୀ । ଯାହାକୁ ନେଇ ଏବେ ସମଗ୍ର ଦେଶରେ ଉତ୍ସାହର ମାହୋଲ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ‘ରନ୍ ଫର୍ ୟୁନିଟ୍’ । ଗୋଟିଏ ପଟେ ଗୁଜୁରାଟର ନର୍ମଦା ଜିଲ୍ଲାରେ ପଟେଲଙ୍କ ସବୁଠାରୁ ଉଚ୍ଚତମ ଷ୍ଟାଚ୍ୟୁର ଉଦଘାଟିତ କରାଯାଉଥିବା ବେଳେ, ଅନ୍ୟପଟେ ଓଡିଶାର କଳାକାର ଏକ ମିନିଏଚର ଷ୍ଟାଚ୍ୟୁ ତିଆରି କରିଛନ୍ତି । ପଟେଲଙ୍କ ଏହି ଛୋଟିଆ ପ୍ରତିମୂର୍ତ୍ତୀକୁ କଳାକାର ଜଣକ ଏକ ବୋତଲରେ ରଖିଛନ୍ତି । ଯାହା ଏବେ ଖୁ୍ବ୍ ଚର୍ଚ୍ଚାର ବିଷୟ ।
ଖୋର୍ଦ୍ଧା ଜିଲ୍ଲା ଜଟଣୀର ଇଶ୍ୱର ରାଓ ନାମକ ଏହି କଳାକାର ଲୌହମାନବଙ୍କ ଛୋଟିଆ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ତାଙ୍କୁ ଏହି ମୂର୍ତ୍ତି ତିଆରି କରିବା ପାଇଁ ମାତ୍ର ୩ ଦିନ ଲାଗିଥିଲା । ସେ ଏହି ପ୍ରତିମୂର୍ତ୍ତିକୁ ଏକ କାଚ ବୋତଲରେ ରଖିଛନ୍ତି । ଯେଉଁଥିରେ ଲେଖାହୋଇଛି କି, ‘ଦୁନିଆର ସବୁଠାରୁ ଉଚ୍ଚତମ ପ୍ରତିମା’ । ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ନର୍ମଦା ଜିଲ୍ଲା କେବୋଡିଆରେ ତାଙ୍କର ସବୁଠାରୁ ଉଚ୍ଚତମ ଷ୍ଟାଚ୍ୟୁ ଉନ୍ମୋଚନ କରିଛନ୍ତି ।
Odisha: L Eswar Rao, a miniature artist from Bhubaneswar's Jatni, made a miniature model of Sardar Vallabhbhai Patel's #StatueOfUnity; said it took him three days to make it. #RashtriyaEktaDiwas pic.twitter.com/l7wI90QAPb
— ANI (@ANI) October 31, 2018