ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଏଣିକି ଆଉ କଲେଜ ପରିଚାଳନା ମସିତିରେ କୌଣସି ନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ । କଲେଜ ପରିଚାଳନା ସମିତରେ ଶିକ୍ଷାବିତ ଓ ପ୍ରଫେସର ଏବଂ ପରିଚାଳନାରେ ଅଭିଜ୍ଞତା ଥିବା ବ୍ୟକ୍ତି ବିଶେଷ ରହିବେ ।
ଏନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ସୁଶାନ୍ତ ସିଂ । ସେ କହିଛନ୍ତି କଲେଜ ପରିଚାଳନା ସମିତିରେ ଏଣିକି ବିଧାୟକ ସଭାପତି ନ ରହି ସଦସ୍ୟ ରୁହନ୍ତୁ । ବିଧାୟକ ପରିଚାଳନା ସମିତିର ସଦସ୍ୟ ରହିଲେ କଲେଜର ବିକଶା ମୂଳକ କାର୍ଯ୍ୟ ତ୍ୱରାନୀତ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବ ।