ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା କାଲି ଭାରତର ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ୬୮ତ୍ତମ ଜନ୍ମ ଜୟନ୍ତୀ । ତାଙ୍କ ସ୍ମୃତିରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରର ନାମ ବଦଳାଇ ସୁଷମା ସ୍ୱରାଜ ଭବନ କରିଛନ୍ତି ।
ଏହି ଅବସରରେ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତିକୁ ସ୍ୱାଗତ କରିବା ସହିତ ସ୍ୱର୍ଗୀୟ ସୁଷମା ସ୍ୱରାଜଙ୍କର ଭାରତୀୟ ରାଜନୀତିରେ ବିପୁଳ ଅବଦାନ ଅଛି ବୋଲି ବିଦେଶ ମନ୍ତ୍ରାଳୟ କହିଛି ।
ଏଥି ସହିତ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସୂଚନା ଅନୁସାରେ ବିଦେଶ ସେବା ସଂସ୍ଥାନର ନାମ ମଧ୍ୟ ପରିବର୍ତ୍ତନ କରାଯିବ । ଦିଲ୍ଲୀର ବିଦେଶ ସେବା ସଂସ୍ଥାନର ନାମ ବଦଳାଇ ସୁଷମା ସ୍ୱରାଜ ଇନଷ୍ଟିଟ୍ୟୁଟ ଅଫ ଫରେନ୍ ସର୍ଭିସ ରଖାଯିବ ।
ଆସନ୍ତା କାଲି ସୁଷମା ସ୍ୱରାଜଙ୍କ ୬୮ତ୍ତମ ଜନ୍ମ ଦିବସ ପାଳନ କରାଯିବ । ଏହି ଅବସରରେ ଏହା ତାଙ୍କ ପାଇଁ ଏକ ବଡ ଶ୍ରଦ୍ଧାଞ୍ଜଳି ହେବ ବୋଲି ବିଦେଶ ମନ୍ତ୍ରଳୟ ପକ୍ଷରୁ ଟ୍ୱିଟ କରି ସେୟାର କରାଯାଇଛି ।
We all fondly remember Smt Sushma Swaraj, who would have turned 68 tomorrow. The #MEA family misses her in particular.
— Dr. S. Jaishankar (@DrSJaishankar) February 13, 2020