ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ କୁହାଯାଇଛି କି ୨୪ ଘଣ୍ଟା ମଧ୍ୟରେ କରୋନାର ୩୮୬ ଟି ମାମଲା ସାମ୍ନାକୁ ଆସିଛି । ଏବେ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ କହିଛନ୍ତି କି, ଏପର୍ଯ୍ୟନ୍ତ ଦେଶରେ ୧୬୩୭ କରୋନା ପଜେଟିଭ୍ କେସ ସାମ୍ନାକୁ ଆସିଛି । ମାତ୍ର ଗତକାଲିଠାରୁ ଏପର୍ଯ୍ୟନ୍ତ ୩୮୬ ନୂତନ ମାମଲା ସାମ୍ନାକୁ ଆସିଲାଣି । ପଜେଟିଭ୍ କେସ୍ ବଢିବାର ମୂଳ କାରଣ ହେଉଛି ତବ୍ଲିଗି ଜମାତ ର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ସମାବେଶ । ଏହି ସମାବେଶରେ ସମ୍ବନ୍ଧିତ ୧୮୦୦ ଲୋକଙ୍କୁ ୯ ଟି ହସ୍ପିଟାଲ ଏବଂ କ୍ୟାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି ।